oom

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ୨୦୧୪ ମସିହାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ସଂଘରେ ପ୍ରସ୍ତାବ ଦେଇଥିଲେ । ୨୦୧୫ ମସିହାରୁ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷିରେ ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ସେଭଳି କଲମପୁର କଲ୍ୟାଣମଣ୍ଡପରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଏହା ପାଳନ କରାଯାଇଥିଲା । ଯୋଗ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ଜନ ସାଧାରଣଙ୍କୁ ଯୋଗାଭ୍ୟାସ କରାଇଥିଲେ । ଏହି ଅବସରରେ ଅତିଥିମାନେ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ମାତବ୍ୟକ୍ତ କରିଥିଲେ । ପ୍ରତି ବର୍ଷ ଏକ ସନ୍ଦେଶ ଦିଆଯାଉଥିବାବେଳେ ଚଳିତ ବର୍ଷର ସନ୍ଦେଶ “ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ” ରହିଛି ।

jittmm
Leave A Reply

Your email address will not be published.