oom

ମାୟାବର୍ହା ହାଇସ୍କୁଲରେ ଜାତୀୟ ହିନ୍ଦୀ ଦିବସ ପାଳିତ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଜାତୀୟ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସିଂହିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ଶିକ୍ଷକ ପଦ୍ମନାଭ ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହିନ୍ଦୀ କିପରି ରାଷ୍ଟ୍ରଭାଷାର ମାନ୍ୟତା ପାଇବା ପାଇଁ କେତେ ବାଧାବିଘ୍ନର ସମ୍ବୁଖିନ ହୋଇ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠା ଲାଭ କରିଛି ଦର୍ଶାଇ ଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତରଭା ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ମାୟାବର୍ହା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହିନ୍ଦୀ ଭାଷା ବୈଶ୍ଵିକ ଭାଷା ମାନ୍ୟତା ଲାଭ ପାଇବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଜନାନିକ।, ଶୁଭଶ୍ରୀ, ପ୍ରୀତି, ଝରଣା, ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅର୍ଚ୍ଚିତା, ଜନନିକା, ଲିପ୍ସା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସଭା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । କିରଣ, ସଞ୍ଜୀବ, ମିନିକେତାନ୍, ଲିପି, ସୁରଜ୍, ସମୀର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.