jayashree

ବନ ମହୋତ୍ସବ ପାଳିତ ହେଲା ବିଛୁବାହାଲିର ସୁରଭି ଶୋଧ ଏବଂ ଗବେଷଣା କେନ୍ଦ୍ରରେ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଳକର ସୁରଭି ଶୋଧ ଏବଂ ଗବେଷଣା କେନ୍ଦ୍ର ବିଛୁବାହାଲିରେ ୭୨ତମ ବନମହୋତ୍ସବ ସପ୍ତାହର ଷଷ୍ଠ ଦିବସରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ସୁରଭି ଶୋଧର ସଭାପତି ପ୍ରବୀଣ ଆର୍ୟ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମିର କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ, ପୂର୍ବତନ ସମ୍ପାଦକ ରମେଶ ଅଗ୍ରୱାଲ ମଞ୍ଚାସୀନ ଥିଲେ । ବରିଷ୍ଠ ସଭ୍ୟ ଅଶୋକ ଛାପଡିଆ ସଭା ପରିଚାଳନା କରିଥିଲେ । ସୁରଭିଶୋଧ ପରିସରରେ ଏକ ଔଷଧୀୟ ବଗିଚା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ତାପରେ ଅତିଥି ମାନେ ନଡ଼ିଆ, ଆମ୍ବ, ବେଲ, ନିମ୍ବ ଆଦି ବୃକ୍ଷ ରୋପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅଜିତ ଜୈନ, ଅଜୟ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ରମେଶ ଅଗ୍ରୱାଲ, ମୁରାରୀ ଲାଲ ଅଗ୍ରୱ।ଲ, ଅର୍ଜୁନ ଜୈଶୱ।ଲ, କୈଳାଶ ରଣା, ବନମାଳୀ ସାହୁ, ଫରେଷ୍ଟର ଆଦିତ୍ୟ ମିଶ୍ର, ବିନୋଦ ବିହାରୀ ଧରୁଆ, ସତ୍ୟ ନାରାୟଣ ମାଝୀ, ଘନଶ୍ୟାମ ପଶାୟତ, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତୀ ସୁନା, ରୀତାଞ୍ଜଳି ନିଆଲ ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ମଧ୍ୟ ବୃକ୍ଷ ରୋପଣ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅଧ୍ୟାପକ ସତ୍ୟବ୍ରତ ମିଶ୍ର, ସଞ୍ଜୟ କୁମାର ମିଶ୍ର, ଦେବେନ୍ଦ୍ର ମେହେର, ଲୋହିତାକ୍ଷ ଯୋଶୀ, ଦୀପାଳି ଶର୍ମା, ପ୍ରକୃତିବନ୍ଧୁ ଡୋଳାମଣି ମହତ, ଆଶିଷ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.