csstore

ବିଶ୍ୱ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଛକଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ପଞ୍ଚାୟତ କନ୍ଧ ସମାଜ ସଭାପତି ଭୀମ ଭୋଇ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନନ୍ଦି କିଶୋର ମାଝୀ, ଶୋଭକର ଜାନୀ, ସୁଶାନ୍ତ ଜାନୀ, ସମରେନ୍ଦ୍ର ସିଂ ଭୋଇ, ବାଦୁଲୁ ଜାନୀ, ମସ୍କାଦାଣ୍ଡି ଗାଁ କମିଟିରୁ ପ୍ରଦୀପ ଭୋଇ, କାସିଆ ଭୋଇ, କୁସୁରଲା ଗାଁ କମିଟିର ରାମସ୍ଵାମୀ ଜାନୀ, ଜଳନ୍ଧର ମାଝୀ, ସିଲେଟପଡାରୁ ଦୁର୍ଗା ମାଝୀ, ପଙ୍କଜ ଜାନୀ, ଜୋରାଡବରାରୁ ହୀରାଲାଲ ମାଝୀ, ସମ୍ଭବ ମାଝୀ, ବସନ୍ତ ଭୋଇ, ଯାଦୁ ଦାଶ୍ ଭୋଇ, ଯୁବ ସଙ୍ଗଠକ ଡମ୍ବରୁ ଧର ମାଝୀ, ତରୁଣ ଜାନୀଙ୍କ ସମେତ ଅନ୍ୟାନ୍ୟ ଗ୍ରାମ କମିଟିର କର୍ମକର୍ତ୍ତା ଯୋଗଦେଇ ଆଦିବାସୀ ଦିବସ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ଆଦିବାସୀଙ୍କ ହକ୍ ଓ ଅଧିକାର ଉପରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.