ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସବୁଜିମା ଇକୋ କ୍ଲବ ତରଫରୁ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ଚଳିତ ବର୍ଷର ସ୍ଲୋଗାନ “ମଣ୍ଟ୍ରିଲ ପ୍ରୋଟୋକଲ -କିପିଙ୍ଗ ଅସ୍‌, ଆୱାର ଫୁଡ୍‌ ଏଣ୍ଡ ଭ୍ୟାକ୍‌ସିନ କୁଲ” ସଂପର୍କରେ ବକ୍ତବ୍ୟ ରଖି କହିଥିଲେ ଯେ ମଣ୍ଟ୍ରିଲ ପ୍ରୋଟୋକଲ ନ ଥିଲେ ଆଜି ବାୟୁ ମଣ୍ଡଳର ତାପମାତ୍ରା ମଧ୍ୟ ଆହୁରି ବୃଦ୍ଧି ପାଇଥାନ୍ତା । ଓଜୋନ ସ୍ତର ଜୀବ ଜଗତର ଜୀବନ ରକ୍ଷାକାରୀ ସ୍ତର । ଏହାକୁ ସାଇତି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଇକୋ କ୍ଲବ ଇନ୍‌ଚାର୍ଜ ରଂଜିତ ମିଶ୍ର ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବା ବୋଲି କହିବା ସହ ଓଜୋନ ବିନା ଜୀବନ ଅସମ୍ଭବ ବୋଲି କହିଥିଲେ । କାର୍ଯ୍ୟକ୍ରମର ପରଚାଳନା ରଂଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ରଶ୍ମିତା ନନ୍ଦ । କାର୍ଯ୍ୟକ୍ରମରେ ଶିକ୍ଷକ ତପନ ବୁଡେକ, ସୁଦାମ କୁମ୍ଭାର, ରାଜ କୁମାର ପ୍ରଧାନ, ପ୍ରମୋଦ ବିଶ୍ୱାଲ, ମୁରାରି ମୋହନ ପର୍ଡିଆ, ନିରୋତ୍ତମା ବିଶ୍ୱାଲ, ସୁଷମା ମେହେର, ଅମୁଲ୍ୟ ଦୋରା, ଜଗନ୍ନାଥ ଯୋଷୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଛାତ୍ରୀ ସୁଚିତ୍ର ଷଡଙ୍ଗୀ, ପୂଜା ରଣା, ଇସ୍ତର ରାଣୀ ସୁନା, ସୁନିତା ସେଠ, ମିଲନ ତ୍ରିପାଠି, ଶିବ ବାରିକ, ସୁମନ ପାଣିଗ୍ରାହୀ, ଲୋକନାଥ ବିଶ୍ୱାଲ ପ୍ରମୁଖ ଯୋଗ୍ୟ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.