ଗାଇସିଲେଟରେ ଯୋଗ ଦେଲେ ନୂତନ ତହସିଲଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁନିଲ କୁମାର ମେହେର । ଏହା ପୂର୍ବରୁ ଝାରବନ୍ଧ ବିଡ଼ିଓ ଭାବରେ କାର୍ଯ୍ୟ କରିଥିବା ଶ୍ରୀଯୁକ୍ତ ମେହେର ଗାଇସିଲେଟର ବିକାଶ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି କହିଥିବା ବେଳେ ତହସିଲଦାର ଦାୟିତ୍ଵରେ ଥିବା ମନୋଜ କୁମାର ଦେବତା ଶ୍ରୀ ମେହେରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ ଶ୍ରୀଯୁକ୍ତ ମେହେରଙ୍କର କାର୍ଯ୍ୟରେ ଯୋଗଦାନ ପରେ ଗାଇସିଲେଟ ଅଞ୍ଚଳର ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ଦେବତା ଆଶା ବ୍ୟକ୍ତ କରିଛନ୍ତି । ଗାଇସିଲେଟ ଅଞ୍ଚଳର ଚଉମୁଖି ବିକାଶ ପାଇଁ ସ୍ଥାନୀୟ ଜନତା ଏବଂ ଜନପ୍ରତିନିଧି ମାନଙ୍କୁ ପ୍ରଶାସନ ସହ ହାତ ମିଳାଇ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ମେହେର କହିଛନ୍ତି ।

Leave A Reply

Your email address will not be published.