om academy

ବଲାଙ୍ଗିର ରାଧାରାଣୀପଡ଼ା ନୃସିଂହ ଚତୁର୍ଦ୍ଦଶୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଦିବସରେ ନୃସିଂହ ଭଗବାନଙ୍କ ଆବିର୍ଭାବ ହୋଇଥିବା ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଏହି ଅବସରରେ ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୀତିକାନ୍ତି ଅନୁସାରେ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରଙ୍କୁ ପୂଜା କରାଯାଇଥିବା ଦେଖିବାକୁ ମିଳିଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ମନ୍ଦିରର ପୂଜକ ଗୋକୁଳାନନ୍ଦ ମିଶ୍ର କହିଛନ୍ତି ଯେ, ଆଜି ଭୋର୍‌ରୁ ଭଗବାନଙ୍କ ମହାସ୍ନାନ କରାଯାଇ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ପରେ ଆଳତୀ କରାଯାଇଛି । ପ୍ରଭୁ ବିଷ୍ଣୁଙ୍କ ଷୋଡ଼ଷ ଉପଚାରରେ ପୂଜା ଚାଲିଛି । ଏହି ଅବସରରେ ଭଗବାନ ଶଙ୍କରଙ୍କ ମଧ୍ୟ ପୂଜା ଅର୍ଚ୍ଚନା କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.