om academy

ନିଷ୍ଠା ପରିବାର ତରଫରୁ ଅସହାୟ ବୃଦ୍ଧଙ୍କ ଥଇଥାନ

jsm

ବରଗଡ, (କେପିଏନ୍‌ଏସ୍‌) : ଆଜି ନିଷ୍ଠା ପରିବାର ତରଫରୁ ଜଣେ ୮୫ ବର୍ଷ ବୟସ୍କ ଅସହାୟ ବୃଦ୍ଧଙ୍କ ଥଇଥାନ କରାଯାଇଥିବା ଜଣାପଡ଼ିଛି । ବରଗଡର ଲଚିଦା ନିବାସୀ ମହାଦେବ ଭୋଇଙ୍କ କେହି ଆତ୍ମୀୟ ସ୍ବଜନ ନଥିବା ବେଳେ କିଏ ଦେଲେ ଖାଉଥିଲେ, ନହେଲେ ଉପବାସରେ ରହୁଥିଲେ । ସେଥିପାଇଁ ତାଙ୍କର ସ୍ବାସ୍ଥବସ୍ଥା ମଧ୍ୟ ସେତେଟା ଭଲ ନଥିଲା । ତେବେ ନିଷ୍ଠାର ସଦସ୍ୟମାନେ ଏହି ଅସହାୟ ବୃଦ୍ଧଙ୍କୁ ସହଯୋଗର ହାତ ବଢ଼ାଇଛ‌ନ୍ତି । ନିଷ୍ଠା ପରିବାରର ସୌମ୍ୟ ରଂଜନ ବେହେରା, ଲବ ସାହୁ, ଦୟାନିଧି ଷଡଙ୍ଗୀ ଏବଂ ମମତା ବାଗ ନିଜେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସମଲେଇପଦର ‌ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମରେ ଥଇଥାନ କରାଇଥିବା ସୂଚନାରେ କୁହାଯାଇଛି । ତେବେ ନିଷ୍ଠା ପରିବାର ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ସଂକଳ୍ପବ‌ଦ୍ଧ । ନିଷ୍ଠାର ସଭାପତି‌ଙ୍କ ମୋ.ନଂ. ୯୮୬୧୫୫୩୮୨୧ ଓ ସଂପାଦକଙ୍କ ମୋ.ନଂ. ୯୯୩୭୧୭୪୩୩୨ । ଆବଶ୍ୟକ ହେଲେ ସହଯୋଗ ପାଇଁ ପ୍ରଦତ୍ତ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.