ପଠାଣିସାମନ୍ତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କ୍ରିଡା ଛାତ୍ରାବାସ ବିଜୟୀ

ନୟାଗଡ, (କେପିଏନ୍‌ଏସ୍‌) : ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ସାମନ୍ତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ନୟାଗଡ କ୍ରିଡା ଛାତ୍ରାବାସର ଫୁଟବଲ କ୍ଲବ ଟ୍ରାଇବେକରରେ ୪-୨ ଗୋଲରେ ଖଣ୍ଡପଡ଼ାକୁ ହରାଇ ଫାଇନାଲରେ ପହଞ୍ଚିଛି । ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇପାରି ନଥିଲେ । ଟ୍ରାଇବେକରରେ ନୟାଗଡ ଦଳ ୪ଟି ଗୋଲକରି ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଏନ,ଏ,ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଯୋଗଦେଇ ଖେଳାଳି ମାନଙ୍କ ସହ ହାତ ମିଳାଇ ଖେଳର ଭବିଷ୍ୟତ କାମନା କରିଥିଲେ । ମୁଖ୍ୟ ରେଫରୀ ଭାବେ ସୂର୍ଯ୍ୟକାନ୍ତ ଦଳବେହେରା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଲାଇନ୍ସରେ ସମିର ଖୁଣ୍ଟିଆ, ସୁବାସ ଚନ୍ଦ୍ର ବେହେରା ଓ ୪ର୍ଥ ରେଫରୀ ଭାବେ ତପନ କୁମାର ସାହୁ ଖେଳକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.