oom

ନାରୀ ଶକ୍ତି ଫାଉଣ୍ଡେସନ୍‌ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତା କଡ଼ରେ ଥିବା ଅସ୍ଥାୟୀ ନିସହାୟ ପରିବାରମାନଙ୍କୁ ବର୍ତ୍ତମାନ ପରିସ୍ଥିତିର ଗୁରୁତ୍ଵ ଦେଇ ନାରୀ ଶକ୍ତି ଫାଉଣ୍ଡେସନ ବଲାଙ୍ଗିରର ସଦସ୍ୟା ସନ୍ତୋଷିନୀ ବେହେରା, ନୂତନ ଦାସ, ପ୍ରିୟଙ୍କା ତ୍ରିପାଠୀ, ସରିତା ବାଗ, ସନ୍ଧ୍ୟା ରାଣୀ ପଣ୍ଡା, ନୂତନ ସେନ୍ଦ୍ରିଆ, ରଶ୍ମିତା ଚିନ୍ନରାଙ୍କ ତତ୍ତ୍ଵାବଧାନରେ ବଲାଙ୍ଗିର ରେଲୱେ ଷ୍ଟେସନ ରୋଡ଼ ଏବଂ କଂଶାରୀପଡ଼ାର ଅନେକ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ତେବେ ନାରୀ ଶକ୍ତି ଫାଉଣ୍ଡେସନ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.