ଗୁଦେରପାଲିରେ ଅଷ୍ଟପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ମହା ଶିବରାତ୍ରି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗାଁର ଶତାଧିକ ମହିଳା ବଡ ପୋଖରୀରୁ ଢୋଳ ମୃଦଙ୍ଗ ସହ ଶଙ୍ଖ ଧ୍ୱନିର ତାଳେ ତାଳେ ପୂର୍ଣ୍ଣ କଳସୀ ଆଣି ଯଜ୍ଞ ମଣ୍ଡପରେ ରଖିଥିଲେ । ସଦାନନ୍ଦ ପଧାନ ସହ ପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ତରଣୀ ସେନ ଦେବତା, ରିଙ୍କୁ ଦେବତା ଓ ଜଗନ୍ନାଥ ଦେହେରୀ ପୂଜାର୍ଚ୍ଚନା କରିଥିଲେ । ଏହି ପବିତ୍ର ଶିବରାତ୍ରି ତିଥିରେ ବିଗତ ୧୯୮୨ ମସିହାରୁ ଗୁଦେରପାଲି ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହୋଇଆସୁଛି । ସେହିପରି ଗତକାଲି ଗାଁର ବାବା ବାଲୁଙ୍କେଶ୍ୱର ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିଥିଲା । ବିଲମ୍ବିତ ରାତିରେ ମହାଦୀପ ଚଢିଥିଲା । ନବ ନିର୍ବାଚିତ ହୋଇଥିବା ସରପଞ୍ଚ ପ୍ରାର୍ଥୀ ରାମଚନ୍ଦ୍ର ପାତ୍ର ଏବଂ ତାଙ୍କ ସଂକିର୍ତନ ଦଳ ପ୍ରଥମେ ନାମ ଧରିଥିଲେ । ଏଥିରେ ରେଙ୍ଗାଲପାଲି, ଜାମୁଟପାଲି, ବେହେରାବାହାଲି, ପଣ୍ଡରିପାଣୀ ଏବଂ ପଣକିପାଲି ସଂକିର୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.