centurian jitm

ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ମୁରିବାହାଲ ବ୍ଲକ ମାଳିଶିରା- ବିଟାବନ୍ଧ (ନୂଆପଡା) ରେଳ ଫାଟକ ପାଖ ରେଳ ଲାଇନ ପାଶ୍ୱର୍ରେ ଏକ ଅଜଣା ଯୁବକଙ୍କ ମୃତଦେହ ପଡିରହିଛି । ମୃତ ଯୁବକଜଣଙ୍କ ମୁହଁ ମାଡ଼ି ପଡ଼ିଥିବା ବେଳେ ତାଙ୍କର ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିପାରିନାହିିଁ । ଏହା ଏକ ହତ୍ୟା ଘଟଣା ବୋଲି ପାରିପାଶ୍ୱିକ ସ୍ଥିତିରୁ ଜଣାପଡିଛି । ତାଙ୍କର ଏକ ମୋବାଇଲ ମଧ୍ୟ ପଡ଼ିରହିଛି । ଘଟଣା ସ୍ଥଳରେ କିଛି ମଦ ବୋତଲ ଆଉ (OD 03A D 7792) ବିଶିଷ୍ଟ ଏକ ବୁଲେଟ ମଧ୍ୟ ରହିଛି । ଯୁବକଙ୍କୁ ହତ୍ୟା କରାଯାଇଛି କାରଣ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଛି । ଶନିବାର ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ମୃତ ଦେହଟିକୁ ଦେଖିବାକୁ ପାଇଥିଲେ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଟିଟିଲଗଡ ଜିଆରପି ପୁଲିସ ଓ ମୁରିବାହାଲ ଥାନା ପୁଲିସ୍ ବିଭାଗ ପହଞ୍ଚି ଥିବା ଜଣାପଡିଛି । ଉଭୟ ବିଭାଗ ପକ୍ଷରୁ ଅଧିକ ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହଉଛି । ତେବେ ମୃତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ମଦ ପିଇ ହତ୍ୟା କରାଯାଇଛି ନା ବାହାରେ କେଉଁଠି ହତ୍ୟା କରି ଏଠାରେ ଫିଙ୍ଗା ଯାଇଛି । ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଆଲେଚନା ହେଉଛି ।

Leave A Reply

Your email address will not be published.