oom

ଭତ୍ତା ମିଳିବାରେ ବିଳମ୍ବ ଓ ଅସୁବିଧା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତର ଝଲପ ଗାଁର ବୃଦ୍ଧ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ବଙ୍ଗୋମୁଣ୍ଡା ବ୍ଳକର ଦ୍ୱାରସ୍ଥ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଦାବିପତ୍ର ଦେଇଛନ୍ତି । ଗାଁର ପ୍ରାୟ ୫୦ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ବ୍ୟାଙ୍କ ଖାତାରେ ଟଙ୍କା ପାଉଥିବା ବେଳେ ଅନେକ ହିତାଧିକାରୀଙ୍କ ଟିପ ଚିହ୍ନ, ଆଖି ସ୍କାନ କାମ କରୁନଥିବାରୁ ଭତ୍ତା ପାଇବାରେ ଅସୁବିଧା ହେଉଛି । ଭତ୍ତା ଟଙ୍କାରେ ମେଡ଼ିସିନଠୁ ଆରମ୍ଭ କରି ଘରର ସାମଗ୍ରୀ କିଣୁଥିବା ବେଳେ ଟଙ୍କା ନ ମିଳିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କକୁ ବାରମ୍ବାର ଯାଇ ନିରାଶ ହେବାକୁ ପଡୁଛି । ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ହେବାରୁ ହତାଶ ହୋଇ ବ୍ଲକର ଦ୍ୱାରସ୍ଥ ହୋଇଛନ୍ତି ଝଲପ ଗାଁର ବୃଦ୍ଧ ବୃଦ୍ଧା । ଝଳପ ପଂଚାୟତର ଯୁବ ନାଏବ ସରପଞ୍ଚ ଝସକେତନ ବାରିକଙ୍କ ନେତୃତ୍ୱରେ ହୋଇଥିଲା । ଭତ୍ତା ଟଙ୍କା ବ୍ୟାଙ୍କରେ ଜମା ନ କରି ହାତରେ ଦେବା ପାଇଁ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି । ଆଗାମୀ ଦିନରେ ପଦକ୍ଷେପ ନିଆନଗଲେ ଜନ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗ କାରୀ ମାନେ ଚେତାବନି ଦେଇଛନ୍ତି ।

jittmm
Leave A Reply

Your email address will not be published.