centurian jitm

ଆଗଲପୁର ମୁରୁଶୁଣ୍ଢି ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ମିତ ଅଫିସ୍ ଗୃହ : ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

nschool

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ମୁରୁଶୁଣ୍ଢି ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ମିତ ଅଫିସ୍ ଗୃହ ଉଦ୍‌ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅବସରରେ ଅନେକ ସ୍ଥାନୀୟ ଜନସାଧାରଣ ଓ ସମବାୟ ସମିତିର ସଦସ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ କୃଷି ଏବଂ କୃଷକଙ୍କ ଉନ୍ନତି ହେଲେ ରାଜ୍ୟର ବିକାଶ ସମ୍ଭବ ହେବ । ତେଣୁ କୃଷକ ମାନଙ୍କ ବିକାଶକୁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି । ପ୍ରତିଶ୍ରୁତି ପୂରଣ କରି ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । କୃଷି କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ଚାଷୀଙ୍କୁ ସାର, ବିହନ, ଜଳସେଚନ ସହ ଆବଶ୍ୟକୀୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହା କୃଷକଙ୍କ ସାମଗ୍ରିକ ଉନ୍ନତି ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

Leave A Reply

Your email address will not be published.