
କରୋନା ସଂକ୍ରମଣର ତୃତୀୟ ଲହର ମୁକାବିଲା ପାଇଁ ଅଂଟା ଭିଡ଼ିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ : ଖୋଲିଲା ୨୪X୭ କଂଟ୍ରୋଲ ରୁମ୍

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣର ତୃତୀୟ ଲହରର ମୁକାବିଲା ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ୨୪X୭ କଂଟ୍ରୋଲ ରୁମ୍ ଖୋଲାଯାଇ ଜାରି କରାଯାଇଛି ହେଲ୍ପ ଲାଇନ୍ ଯୋଗାଯୋଗ ନମ୍ବର । ବଲାଙ୍ଗିର ଜିଲ୍ଲାର କୋଭିଡ଼-୧୯ ସଂପର୍କିତ ପଚରାଉଚୁରା, ଅଭିଯୋଗ, ଅନୁରୋଧ ତଥା ମତାମତ ପାଇଁ ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ଟେଲିଫୋନ୍ ନଂ.୦୬୬୫୨-୨୩୨୭୭୩, ୦୬୬୫୨-୨୩୦୯୬୯ ଓ ମୋବାଇଲ୍ ନଂ.୯୪୩୮୭୭୬୩୯୪ରେ ଯୋଗାଯୋଗ କରିପାରିବେ ।