oum

ବଲାଙ୍ଗିରଠାରେ “ମୁଁ ବି ମିତା” ଅଭିଯାନ ଉଦ୍‌ଘାଟିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ “ମୁଁ ବି ମିତା” ଅଭିଯାନ ଉପଜିଲ୍ଲାପାଳଙ୍କ ବୈଠକ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ଶୁଭାରମ୍ଭରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ “ମୁଁ ବି ମିତା” ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରି ଏକ ସୁଦୃଢ଼ ଗଣତନ୍ତ୍ରର ପ୍ରତୀକ ହେଉଛି ସୁସ୍ଥ ସବଳ ରାଷ୍ଟ୍ର । ଗଣତନ୍ତ୍ରର ମହାସ୍ରୋତରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଏବଂ ବିଶେଷ କରି ଯୁବ ଗୋଷ୍ଠୀମାନଙ୍କୁ ନୂତନ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଉତ୍ସାହିତ କରିବା ପାଇଁ “ମୁଁ ବି ମିତା” ଅଭିଯାନରେ ଯୋଗଦାନ କରିଥିବା ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁମାନଙ୍କର ବୟସ ୧୮ବର୍ଷ, ସେମାନେ କିପରି ଭାବେ ଏଥିରେ ସାମିଲ ହୋଇ ନିର୍ବାଚନରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉପସ୍ଥିତ ଛାତ୍ରୀମାନଙ୍କୁ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ତାରିଣୀ ସୁନା, ସହକାରୀ ଜିଲ୍ଲାପାଳ ଫାଲଗୁଣୀ ଶବର ଯୋଗଦେଇ ଏହି ଅଭିଯାନର ସଫଳ ରୂପାୟନ କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ ଶ୍ରୀ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.