ls

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

sb

କଣ୍ଟାମାଳ, (ମମତା ମହାକୁର) : ମାଛଧରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ରାବିଡି ଗାଁର ପୃଥ୍ୱୀରାଜ ମିଶ୍ରଙ୍କ ମୃତ୍ୟୁ ଘଟିଛି । ମନମୁଣ୍ଡା ଥାନା ଯୋଗରନ୍ଦ୍ରପୁର ପଞ୍ଚାୟତ ରାବିଡି ଗ୍ରାମର ୪ଜଣ ଯୁବକ ଗାଁ ପାଖ ନାଳକୁ ମାଛ ଧରିବାକୁ ଯାଇଥିଲେ । ସେଠାରେ ଚାଷଜମିକୁ ପାଣି ମଡେଇବା ପାଇଁ ଥିବା ପାଣି ମୋଟରର ତାରରେ ଲାଗି ପୃଥ୍ୱୀରାଜ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ମନମୁଣ୍ଡା ସିଏଚ୍‌ସିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

pc pk
Leave A Reply

Your email address will not be published.