jayashree

ବଜ୍ରାଘାତରେ ନାବାଳକର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ବିଛଣାପୁର ଗାଁରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଦନ୍ତାରିବାହାଳ ଗାଁର ଟଙ୍କଧର ରଣାଙ୍କ ପୁଅ ରମଣୀକାନ୍ତ ରଣା ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ରମଣୀ ଗାଁ ନିକଟ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ସହ ଖେଳୁଥିଲେ । ହଠାତ୍‌ ପ୍ରବଳ ବେଗରେ ଝଡତୋଫାନ ଆସିବା ସହ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ରମଣୀ ବେହୋସ୍‌ ହୋଇଯାଇଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.