ବାଇକ୍‌ ଧକ୍କାରେ ୨ ଯୁବକ ମୃତ

ନୟାଗଡ : ବାଇକ୍‌ ଧକ୍କାରେ ୨ ଯୁବକ ମୃତ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ବୋଲି ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ଉକ୍ତ ବାଇକ୍‌ ଚାଳକ ହେଲେ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା । ଖବର ମୁତାବକ, ଦିବ୍ୟଜ୍ୟୋତି ପଣ୍ଡା ଦଶପଲ୍ଲା ପଟରୁ ବାଇକ୍ ଚଳାଇ ଆସୁଥିବାବେଳେ ତାଙ୍କ ବାଇକ୍‌ ଡିହଗାଁ ଛକରେ ଠିଆ ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍‌କ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.