ଛତିଶଗଡରେ ଆୟୋଜିତ ମିସ୍‌ ଟିନ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ଼ ରାଜ୍ୟ କୋବ୍ରାରେ ଗତ ୧୪ ତାରିଖରେ ଆୟୋଜିତ ବିଭିନ୍ନ ବର୍ଗର ସୁନ୍ଦରୀ ପ୍ରତିଯୋଗିତାର ମିସ୍‌ ଟିନ୍‌ ବର୍ଗରେ, ଜଣେ ଓଡ଼ିଆ ଝିଅ ବିଜୟୀ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରର ରାଜେଶ ଓ ଜ୍ୟୋତିମଞ୍ଜରୀଙ୍କ ଏକ ମାତ୍ର ଝିଅ ଆଦ୍ୟସା ମଞ୍ଜରୀ ପଟ୍ଟନାୟକ(୧୩) ନିଜ ଅଞ୍ଚଳ ପାଇଁ ଏହି ଗୌରବ ଆଣି ପାରିଛନ୍ତି । ବିସ୍ତୃତ ବିବରଣୀ ଅନୁଯାୟୀ ଜିଲ ଏଣ୍ଟରଟେଂମେଟ ତରଫରୁ ମିସ, ମିସେସ, ମିଷ୍ଟର ଓ ମିସ ଟିନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥି ପାଇଁ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ବିଭିନ୍ନ ଅଡିସନ ନିଆଯାଇଥିଲା ଏବଂ ଶେଷରେ ଗତ ନଭେମ୍ବର ୧୪ ତାରିଖ ଦିନ କୋବ୍ରାଠାରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ମୁଗ୍ଧା ଗଡ଼ସେ, ପ୍ରଦୀପ ପାଲି, ବିଗବସ ୧୨ର ପ୍ରତିଯୋଗୀ ସୌରଭ ପଟେଲ ପ୍ରମୁଖ ସେଲିବ୍ରେଟି ଜଜ ଭାବରେ ଉପସ୍ଥିତ ରହି ବିଜେତାମାନଙ୍କୁ କ୍ରାଉନ ପିନ୍ଧାଇ ଥିଲେ । ଏହି ପ୍ରତିଯୋଗିତାର ମିସ୍‌ ଟିନ୍‌ ବର୍ଗରେ ଆଦ୍ୟସା ଅନ୍ୟ ୪୦ ଜଣ ପ୍ରତଯୋଗୀଙ୍କୁ ପଛରେ ପକାଇ ବିଜୟୀ କ୍ରାଉନ ପିନ୍ଧି ନିଜ ପିତାମାତାଙ୍କ ସହ ନିଜ ଅଂଚଳକୁ ମଧ୍ୟ ଗୌରବାନ୍ୱିତ କରିପାରିଛନ୍ତି ।

Leave A Reply

Your email address will not be published.