ppurohit

ବିଭିନ୍ନ ସମସ୍ୟା ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବୀପତ୍ର

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଶ୍ୱରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି ଓ ବେରୋଜଗାରି ଉପରେ ଲଗାମ ଦେବାରେ ସରକାର ବିଫଳ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଆଜି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଲୋକ ସାମିଲ ହୋଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଯେ, ହଜାର ହଜାର ଶ୍ରମିକ ଜୀବିକା ହରାଇ ବେସାହାରା ହୋଇପଡି ଥିବା, ବର୍ତ୍ତମାନ ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ସହିତ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଦରବୃଦ୍ଧି, କୃଷି ଓ କୃଷକ ବିରୋଧୀ କୃଷି ବିଲକୁ ପ୍ରତ୍ୟାହାର କରାଯାଇ କୃଷକଙ୍କ କଲ୍ୟାଣ ପାଇଁ କଲ୍ୟାଣ ପାଣ୍ଠି, ମନରେଗା ଯୋଜନାରେ ୨୦୦ଦିନର କାର୍ୟ୍ୟ ସମସ୍ତ ଶ୍ରମିକଙ୍କୁ ନିଶ୍ଚିତ କରିବା, କୋଭିଡ ମହାମାରୀ ସମୟର ଟଙ୍କା ପ୍ରଦାନରେ ରାଜ୍ୟ ସରକାର‌ଙ୍କ ବିଫଳତା ଭଳି ଅନେକ ପ୍ରସଙ୍ଗକୁ ନେଇ ତହସିଲ କାର୍ୟ୍ୟଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଞ୍ଚ, ବଲାଙ୍ଗିର ସମ୍ପାଦକ ଚକାଚରଣ ମାଝୀ, ମଜଦୂର ଶ୍ରମିକ ସଂଗଠନ ବଲାଙ୍ଗିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୁଣ ସାଗର ମାଝୀ, ସୁବ୍ରତ ବେହେରା ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.