ଖୋର୍ଦ୍ଧା, (କେପିଏନ୍ଏସ୍) : ଅଣ୍ଡାଗ୍ରାମର ଶାନ୍ତି କମିଟି, ଶ୍ରୀ ଶାଳେଶ୍ୱର ଟ୍ରଷ୍ଟି କମିଟି ଓ ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ଶାଲେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣ ୧୫୦ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ବାଲୁଙ୍କେଶ୍ୱର ଦେବ ବେନାପଞ୍ଜୁରି, ଜଗତେଶ୍ୱର ଦେବ ତିରୀମଲ୍ଲ, ଗ୍ରାମେଶ୍ୱର ଦେବ ଅଁଳାଯୋଡ଼ି ପାଖାପାଖି ୩୦ଖଣ୍ଡ ଗାଁରୁ ଏଠାକୁ ଠାକୁର ଆସିଥାଆନ୍ତି । ୨୩, ୨୪, ୨୫ ତାରିଖ ଦିନ ପର୍ଯ୍ୟନ୍ତ ଅଣ୍ଡା ମେଳନ ପଡ଼ିଆରେ ଏହି ଉତ୍ସବ ଅନୁଷ୍ଠିତ ହେବ । ପଞ୍ଚୁ ଦୋଳରେ ଠାକୁର ଶ୍ରୀ ଶାଲେଶ୍ୱର ଦେବ ଥନାପତି ହୁଅନ୍ତି ।
Prev Post
Next Post