କେନ୍ଦ୍ରାପଡ଼ା : ଆଜି ପୌର ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ପୌରାଞ୍ଚଳରେ ନିର୍ବାଚନ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । କେନ୍ଦ୍ରାପଡ଼ା ପୌରାଞ୍ଚଳର ୩୬ ହଜାର ୫୪୫ ଭୋଟର ମତଦାନ କରିବେ ।
ସୂଚନାନୁଯାୟୀ, ପୌରାଞ୍ଚଳରେ ଥିବା ୨୧ଟି ୱାର୍ଡରେ ମୋଟ ୪୧ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସେଥି ମଧ୍ୟରୁ ୩ଟି ପିଙ୍କ୍ ବୁଥ୍ ଓ ତିନୋଟି ଆଦର୍ଶ ବୁଥ୍ କରାଯାଇଛି । ମତଦାନ ପ୍ରକ୍ରିୟାକୁ ସହଜ ଓ ଶୃଙ୍ଖଳିତ କରିବା ପାଇଁ ପୌରାଞ୍ଚଳକୁ ୬ ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ସେକ୍ଟର ପାଇଁ ସ୍ୱତନ୍ତ୍ର ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ମତଦାନ ପରିଚାଳନାରେ ପ୍ରାୟ ୬ ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି । କେନ୍ଦ୍ରାପଡ଼ା ପୌର ନିର୍ବାଚନରେ କାଉନ୍ସିଲର ପଦବୀ ପାଇଁ ୮୨ ଜଣ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଥିବା ସୂଚନା ରହିଛି ।