ପାଇକମାଲ ୟୁକୋ ବ୍ୟାଙ୍କ ସାମନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ମରଣଯନ୍ତା ସାଜିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକଠାରୁ ୟୁକୋ ବ୍ୟାଙ୍କ ସମ୍ମୁଖ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ରାସ୍ତା ମରଣଯନ୍ତା ସାଜିଛି । ସୂଚନା ଅନୁସାରେ ଏହି ରାସ୍ତା ଗଢାଣିଆ ହୋଇଥିବାରୁ ହମ୍‌ସ ମଧ୍ୟ ରାସ୍ତାରେ ନାହିଁ । ଜନବହୁଳ ବସତି ଥିବା ହେତୁ ଆଖପାଖରେ ଘୁଷୁରି ପାଳନ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଗତ କିଛି ଦିନ ତଳେ ଏହି ରାସ୍ତାରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଏକ ବୃଦ୍ଧାଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଲୋକେ ଏହି ରାସ୍ତାରେ ଅତ୍ୟଧିକ ଦୁର୍ଘଟଣା ହେଉଥିଲେ ସୁଦ୍ଧା ସର୍ତକ ରହୁ ନାହାନ୍ତି । ଫଳରେ ଦୁର୍ଘଟଣାର ମାତ୍ରା ଅତ୍ୟଧିକ ହେଉଛି ବୋଲି ମତ ପ୍ରକାଶ ପାଉଛି । ଏହି ରାସ୍ତା ପାର୍ଶ୍ବରେ ଡ୍ରେନ ବ୍ୟବସ୍ଥା ନଥିବାରୁ ରାସ୍ତାରେ ପାଣି ଆସି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ବହୁ ଦିନରୁ ଏହି ରାସ୍ତାରେ ଦୁର୍ଘଟଣା ହେଉଥିଲେ ମଧ୍ୟ ପାଇକମାଲ ପୋଲିସ ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆଶୁ ପଦକ୍ଷେପ ଗ୍ରହଣ କଲେ ଲୋକେ ସୁରକ୍ଷିତ ରହି ପାରିବେ ବୋଲି ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.