ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ସୁନାଦେଇ ପାହାଡ(ବାରପାଲି ହଳଦୀ)ରେ ଚାଲିଥିବା ପ୍ରଥମ ମକର ମହୋତ୍ସବ ତଥା ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଅଧିବାସ ଦିନ ଯମୁନା ମହାଦେବ ବନ୍ଧରୁ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଏହାପରେ ମୁରିବାହାଲ ମଠାଧୀଶ ସାଧୁ ସୁଶିଲ ଦାସଙ୍କ ନେତୃତ୍ୱରେ ମହିମାଧର୍ମାବଲମ୍ବି ସାଧୁ ସନ୍ୟାସୀମାନଙ୍କ ଦ୍ଵାରା ରାତିସାରା ବ୍ରହ୍ମଧୁନି ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅଷ୍ଟ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଆୟୋଜକ ରମେଶ ଚନ୍ଦ୍ର ଭୋଇ ଓ ତାଙ୍କ ଧର୍ମପତ୍ନୀ ପଙ୍କଜିନୀ ଭୋଇ, ପୂଜକ ରୂପେ ଦାଶରଥି ଷଡ଼ଙ୍ଗୀ, ଜପକ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଷଢ଼ବୈଷ୍ଣବ ରୂପେ ବ୍ରଜମୋହନ ମହାକୁର, ଦେବେନ୍ଦ୍ର ପଧାନ, ନଟବର ମେର୍ଲି, ରାଏଧର ଶିକା, ଉଦ୍ରାଧର ମହାକୁର ଓ ଯେହେରୁ ମହାକୁର ଦାୟିତ୍ଵ ନିର୍ବାହ କରିଥିଲେ । ମକର ମହୋତ୍ସବକୁ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୁପେ ଯୋଗଦେଇ ଉଦ୍ଘାଟନ କରିଥିଲେ ।ଅଷ୍ଟ ପ୍ରହରୀ ନାମଯଜ୍ଞରେ ଆୟୋଜକ ଯମୁନା, କର୍ଲାପିଟା, ପୁଡ଼ିସରା, ପଟାମରା, ତେନ୍ତୁଳିଖୁଣ୍ଟି, ସେମେଲପାଲି, ମୁରିବାହାଲ ସହ ଘଣ୍ଟବାହାଲି ଓ ଡଙ୍ଗରପଡ଼ା ମହିଳା ସଙ୍କୀର୍ତ୍ତନ୍ୟ ଦଳ ଯୋଗଦେଇ ନାମ ପରିବେଷଣ କରିଥିଲେ । ଏହି ମହୋତ୍ସବରେ ନିମନ୍ତ୍ରିତ ଅତିଥି ରୂପେ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ଏସ୍ଡିସି ଉପାଧ୍ୟକ୍ଷା ନିରୁପମା ମାଝୀ, ପୂର୍ବ ସେନା କର୍ମଚାରୀ ଧନେଶ୍ଵର ମାଝୀ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ପତ୍ରାପାଲି(କ)ସମିତି ସଭ୍ୟ ସନ୍ୟାସୀ ପୁଟେଲ, ରମାରଞ୍ଜନ ସେଠଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ । ଆୟୋଜକ ମକର ମହୋତ୍ସବ କମିଟି ସଭାପତି ନେତ୍ରାନନ୍ଦ ମହାକୁର, ଉପସଭାପତି ରମେଶ ଭୋଇ, ସମ୍ପାଦକ ନିତ୍ୟାନନ୍ଦ ମହାକୁର, ସହ ସମ୍ପାଦକ ଭିକାରୀ ପାତ୍ର, କୋଷାଧ୍ୟକ୍ଷ ଲୋଚନ ମହାକୁର, ଉପକୋଷାଧ୍ୟକ୍ଷ ଗାନ୍ଧିଲାଲ ମହାକୁର, ଉପଦେଷ୍ଟା ଦୁର୍ଗାନନ୍ଦ ମହାକୁର, ନୀଳକଣ୍ଠ ମହାକୁର, ନାରାୟଣ ଥନାପତି, ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା, ସୁଶିଲ ମେର୍ଲି, ହୃଦାନନ୍ଦ କର୍ଣ୍ଣ, ମଳିଆ ପଧାନ, ପରମାନନ୍ଦ ମହାକୁର, ଶିବାନନ୍ଦ ମହାକୁର, ଦିଲ୍ଲୀପ କର୍ଣ୍ଣ, କନ୍ଦର୍ପ ଶିକା, ଲକ୍ଷ୍ମୀଧର କର୍ମୀ, ପରମାନନ୍ଦ ଶିକା, ଇନ୍ଦ୍ରମଣି ପର୍ଡିଆ, ବିଚିତ୍ର ପର୍ଡ଼ିଆ, ବିଷ୍ଣୁପ୍ରସାଦ ସିଂ ଭୋଇ, ସୁରେଶ ପଧାନ, ଅରକ୍ଷିତ ମହାକୁର, ରଙ୍ଗାଧର ପଧାନ, ଯୁଧିଷ୍ଠିର ପଧାନ, ମଧୂସୁଦନ କର୍ମୀ, ଆନନ୍ଦ ମାଝୀ, କ୍ଷୀରଧର କର୍ମୀ, ଲୋକନାଥ ଜାନୀ, ଜୟଦେବ ମାଝୀ, ଲଳିତ ସାହୁ, ଶଙ୍କର୍ଷଣ କର୍ମୀ, ସଚ୍ଚିଦାନନ୍ଦ ମହାକୁର, ନାଭ ମହାକୁର, ଡଗର ମହାକୁର, ସୁଶାନ୍ତ ପଧାନ, ବ୍ୟାସଦେବ ପଧାନ, ହରେକୃଷ୍ଣ ସାହୁ, ପ୍ରଦୀପ ମହାକୁର, ଦୁଷ୍ମନ୍ତ ପଧାନ, ଭବନାନନ୍ଦ ମହାକୁର, ବସନ୍ତ ପଧାନ, ଧର୍ମେନ୍ଦ୍ର ପଧାନ, କନକ ସାହୁ, ବନମାଳୀ ମେର୍ଲି, ହେମନ୍ତ ପର୍ଡିଆ, ଥଣ୍ତାଚରଣ ପାତ୍ର, ପ୍ରେମିଶ କର୍ଣ୍ଣ,ରଞ୍ଜନ କର୍ମୀ, ସତ୍ୟବାଦୀ ମହାକୁର, ସନ୍ତୋଷ, ସୁରୁ, ରମେଶ, ପ୍ରମେଷ୍ଟି, ରମାକାନ୍ତ, ରୁଦ୍ରା, ହର୍ଷବର୍ଦ୍ଧନ, ସୁରେନ୍ଦ୍ର, ଭବାନୀ, ପ୍ରସନ୍ନ, ଦର୍ଶନ, ଦୁଃଖନାଶନ, ଶରତ, ଅକ୍ରୁର, ସ୍ୱପ୍ନେଶ୍ୱର, ଥବିର, ମକାରୁ, ଅଶୋକ, ଭିକୁ, ଲୋକେଶ, ସବୁଜ, ସରୋଜ, ହିମାଂଶୁ, ସଭ୍ୟ, ଦୀନବନ୍ଧୁ, ଦେବାଶିଷ, ଅଜିତ, ଶିଶିର, ପ୍ରୀତମ୍, ଆର୍ଯ୍ୟନ, ରାକେଶ, ସୌମ୍ୟ, ବିନୟ, ବିଭୂତି, କପିଳାସଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ବାରପାଲି ହଳଦୀର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଥମ ମକର ମହୋତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଲୁଙ୍କ ଭିଡ ଦେଖିବାକୁ ମିଳିଥିଲା ।
Prev Post