oom

ଗାଁର ବିକାଶ ପାଇଁ ମହିଳାମାନେ ଆଗେଇ ଆସନ୍ତୁ : ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସରେ ନବ ନିର୍ବାଚିତ ପାଇକମାଲ ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ତ୍ରିପୁରା ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗାଁର ମହିଳାମାନେ ଯୋଗ ଦେଇ ଆଗକୁ ଗାଁର ବିକାଶ ଏବଂ ଜଙ୍ଗଲ ସୁରକ୍ଷା, ରାସ୍ତା ତିଆରି ପାଇଁ ଅବଗତ କରାଇଥିଲେ । ଏଥିରେ ଗାଁର ସମସ୍ତଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଦେଇ ମହିଳା ଦିବସ ଏବଂ ଗାଁ ବିକାଶ ପଥକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସାମିଲ କରିବାକୁ ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମତେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚନ ଛିଡା ହେବା ପାଇଁ ପ୍ରତିଶୃତି ଦେଇ ଥିଲେ ତାଙ୍କ ଆଶୀର୍ବାଦ ଆଉ ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୧ରୁ ବିଜୟୀ ହୋଇଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଗାଁର ବିକାଶ ଧାରାକୁ ଆଗକୁ ନେବାକୁ ଗୋଟେ ସୁସ୍ଥ ଗାଁ, ସୁସ୍ଥ ପରିବେଶ, ସୁସ୍ଥ ସମାଜ ଗଢିବା ପାଇଁ କହିଥିଲେ ନବ ନିର୍ବାଚିତ ପାଇକମାଲ ଜିଲ୍ଲା ପରିଷଦ ଶ୍ରୀମତୀ ତ୍ରିପୁରା ବରିହା ।

jittmm
Leave A Reply

Your email address will not be published.