csstore

ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୧୬ ଜୁଲାଇ ସକାଳ ୬ଟାରୁ ୦୧ ଅଗଷ୍ଟ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣ ହାର କମ୍ ଥିବା ୨୦ଟି ଜିଲ୍ଲାକୁ କ୍ୟାଟେଗୋରି “ଏ” ତଥା ଅଧିକ ସଂକ୍ରମଣ ହାର ଥିବା ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାକୁ କ୍ୟାଟେଗୋରି “ବି” ଅନ୍ତର୍ଭୁକ୍ତ କରାଯାଇଛି । କ୍ୟାଟେଗୋରି “ଏ” ଜିଲ୍ଲାରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ଏବଂ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। କ୍ୟାଟେଗୋରି “ବି” ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାଜ୍ୟର ସମସ୍ତ ଜିଲ୍ଲାରେ ବସ୍ ଚଳାଚଳ କରିବ । ବସ୍‌ରେ ଯେପିକି ସିଟ୍ ଅଛି ସେହି ଅନୁସାରେ ଯାତ୍ରୀଙ୍କୁ ଅନୁମତି ମିଳିବ । ଛିଡା ହୋଇ କେହି ଯାତ୍ରା କରିପାରିବେ ନାହିଁ । ତେବେ ଇଣ୍ଟରଷ୍ଟେଟ୍ ବସ୍ ଚଳାଚଳକୁ ଅନୁମତି ମିଳିବ ନାହିଁ । ସେହିପରି ରଥଯାତ୍ରା କଟକଣା ଦୃଷ୍ଟିରୁ ପୁରୀରେ ୨୫ ଜୁଲାଇ ପରେ ବସ୍ ଚଳାଚଳ କରିବ । କ୍ୟାଟେଗୋରି “ବି” ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିବ । ଲକ୍‌ଡାଉନ୍‌ ତଥା ସଟ୍‌ଡାଉନ୍ ସମୟରେ ସ୍‌ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ । କୋଭିଡ୍ ଟେଷ୍ଟିଂ ଏବଂ ଟୀକାକରଣ ପାଇଁ କୌଣସି କଟକଣା ରହିବ ନାହିଁ ।

jayashree
Leave A Reply

Your email address will not be published.