ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗନିଆପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ଗାଇସିଲେଟ ବ୍ଲକ ଉପସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ କରିବା ସହିତ ଆମ ଏହି ଅଂଚଳ ମରୁଡି ତଥା ଅବହେଳିତ ହୋଇଥିବାରୁ ସବୁବେଳେ ଚାଷୀ ମାନଙ୍କ ଅନେକ ସମସ୍ୟା ଲାଗି ରହିଛି । ଚାଷୀମାନଙ୍କର ପ୍ରତ୍ୟେକ ଅସୁବିଧା ସୁବିଧାକୁ ନେଇ ଏହି ରାଜବୋଡାସମ୍ବର କୃଷକ ସଙ୍ଗଠନ ସଂଘର୍ଷ ଜାରି ରଖିବ ଏବଂ ସବୁ ପରିସ୍ଥିତିରେ ଛିଡା ହୋଇ ଚାଷୀମାନଙ୍କ ହକର ଲଢେଇରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସୁଜିତ ପଧାନ ସଭାପତି, ଶରତ ପଧାନ ଉପସଭାପତି, ନୀଳମାଧବ ସାହୁ ସମ୍ପାଦକ, ଶରତ ପଧାନ ସହ ସମ୍ପାଦକ, ଧାର୍ମିକ ସାହୁ କୋଷାଧ୍ୟକ୍ଷ, ଛବିଲ ବେହେରା ଉପଦେଷ୍ଟାଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ଗନିଆପାଲି ଗ୍ରାମ ପଂଚାୟତର ସମସ୍ତ ଗ୍ରାମର ଚାଷୀମାନେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ରାଜ ବୋଡାସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଗଲା । ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ସମସ୍ତ ଅସୁବିଧାରେ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ଗ୍ରହଣ କରାଗଲା । ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପସଭାପତି ସରୋଜ ସାହୁ, ଉପଦେଷ୍ଟା କମିଟିର ସଦସ୍ୟ ଛବିଲ ବେହେରା ପ୍ରମୁଖ ଉପସ୍ଥିତ ରହି ସଂଗଠନର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଆବାହକ ବିରେନ୍ଦ୍ର କୁମାର ପଧାନ, ଉପ ସଭାପତି ସରୋଜ କୁମାର ସାହୁ ଉପସ୍ଥିତ ରହି ଚାଷୀମାନଙ୍କ ସମସ୍ୟା ଆଲୋଚନା କରି ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.