ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଘର ସୋମବାର ଆଭାସି ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର, ବିଚାରପତି ସାବିତ୍ରୀ ରଥୋଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ହରଭଙ୍ଗାରେ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଖୋଲିବା ଦ୍ୱାରା ନୂତନ କୋର୍ଟ ଗରିବ ଲୋକଙ୍କ ତ୍ୱରିତ ନ୍ୟାୟିକା ସେବା ଆବଶ୍ୟକତା ପୂରଣ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ହରଭଙ୍ଗା ଓକିଲ ସଂଘ ସଭାପତି ନୂତନ କୋର୍ଟ ପାଇଁ ଆବଶ୍ୟକୀୟ କର୍ମଚାରୀ, ଇକ୍ୟୁପମେଣ୍ଟ, ନୋଟାରୀର ଆବଶ୍ୟକତା ସର୍ମ୍ପକରେ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.