jayashree

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନିଆ ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନବାହାଲ ଗ୍ରାମ ଖେଳପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଷ୍ଟାଣ୍ଡାର୍ଡ – ୧ରୁ ଷ୍ଟାଣ୍ଡାର୍ଡ – ୫ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧ଶହ ମିଟର, ୨ଶହ ମିଟର, ବେଲେନସ, କାଲକୁଲେସନ, ୱାନଲେଗ୍‌ ଦୌଡ଼ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ରାଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର ମୁଖ୍ୟ ଅତିଥି, ହାଇସ୍କୁଲ ଶିକ୍ଷକ କିଶୋର ଚନ୍ଦ୍ର ପାଣ୍ଡେ, ମୁରିବାହାଲ ସଦର ସିଆରସିସି ହୃଷୀକେଶ ଶିକା, ଅଧ୍ୟାପକ ବିଘ୍ନରାଜ ରଣା, ଶିକ୍ଷକ ଫକୀରମୋହନ ଖମାରୀ, ସ୍କୁଲ ସମ୍ପାଦକ ଗିରିଧାରୀ ବନଛୋର, ,ଅଭିଭାବକ ସୁଜିତ ରଞ୍ଜନ ପାଢ଼ୀ, ଲୋଚନ ମହାକୁର ସମ୍ମାନୀତ ଅତିଥି ରୂପେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ମହାନନ୍ଦଙ୍କ ସହ ଶିକ୍ଷୟିତ୍ରୀ ସ୍ମିତାରାଣୀ ପରିଡ଼ା, ଲିପିକା ଭୋଇ, ନିକିତା କମ୍ପ, ଯାଜ୍ଞସେନୀ କମ୍ପ, ତୋଷାରାଣୀ କମ୍ପ, ତନୁଶ୍ରୀ ସାହୁ, ଭାଗ୍ୟଶ୍ରୀ ସେଠୀ, ପ୍ରତୀକ୍ଷା ବଘାର, ଜାହ୍ନବୀ ଭୋଇ, ପୁଷ୍ପାଞ୍ଜଳୀ ମେହେରଙ୍କ ସହ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଓ ସମସ୍ତ ଅଭିଭାବକ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଶନିବାର ୟୁକେଜି, ଏଲକେଜି ଓ ନର୍ସରୀ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.