pakka

ପେଟ ପାଇଁ ମା’ ଓ ଛୁଆ ବିକ୍ରି କରୁଛନ୍ତି ଖଜୁରୀ ପାତିଆ ଝାଡୁ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ନିରୀହ, ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା କଥା କହୁଛନ୍ତି ହେଲେ ଏବେ ବି ଅନେକ ଲୋକେ ଭୋକ ଉପାସରେ ବୃକ୍ଷମୂଳେ ଆଶ୍ରୟ ନେଉଛନ୍ତି । ଯାହା ଫଳରେ ଅନାହାର ମୃତ୍ୟୁ ବରଣ କରୁଥିବା ନଜର କୁ ଆସୁଛି । ନିଜର ବୋଲି ଗାଁରେ ଜମିବାଡ଼ି ନାହିଁ । ନିରୁପାୟ ହୋଇ ଯାଯାବରମାନେ ଏବେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ରାସ୍ତା କଡରେ ଶୀତ କାକରରେ ଆଶ୍ରୟ ନେଇଛନ୍ତି ଓ ଜୀବନ ଯାପନ କରୁଛନ୍ତି । ଛତିଶଗଡ଼ ରାଜ୍ୟରୁ ଆସି ଜାତୀୟ ରାଜପଥ ୨୬ ସଇଁନ୍ତଲାର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ମଧ୍ୟ କରିନଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏମାନେ ଗାଁ ନିକଟ ଜଙ୍ଗଲରୁ ଖଜୁରୀ ପତିଆ ସଂଗ୍ରହ କରି ଝାଡ଼ୁ ତିଆରି କରି ନିଜର ପେଟ ପୋଷିବା ପାଇଁ ମାଆ ଓ ଝିଅ ଝାଡୁ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପୁରୁଷ ଲୋକେ ଜଙ୍ଗଲରୁ ପାତିଆ ସଂଗ୍ରହ କରି ଝାଡୁ ତିଆରି କରନ୍ତି । ମହିଳା ଓ ପରିବାରର ଅନ୍ୟ ସଦସ୍ୟମାନେ ଏଥିରେ ସହଯୋଗ କରନ୍ତି । ଝାଡୁ ତିଆରି ହେବା ପରେ ଜିଲ୍ଲାର ବିଭିନ୍ନ ଗାଁ ଗାଁ ବୁଲି ବିକ୍ରି କରନ୍ତି । ସେଥିରେ ଯେତିକି ଆୟ ହୁଏ ସେଥିରେ ଗୁଜୁରାଣ ମେଣ୍ଟାନ୍ତି । ସରକାରୀ ଯୋଜନାଗୁଡିକ କାହା ପାଇଁ ବୋଲି ଜନସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏହି ଯାଯାବରମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

5 × two =