pakka

ରକ୍ତଦାନ କରି ଦୁଇଟି ଜୀବନ ବଞ୍ଚାଇଲେ ରକ୍ତଦାତା ଭାରତ ଓ ଅଜିତ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଦେଓଗାଁ ବ୍ଲକ କୂଳିଆବାହାଲ୍ ଗାଁର ଜଣେ ରୋଗୀଙ୍କୁ ରକ୍ତ ଦରକାର ଥିବା ବେଳେ ଦେଓଗାଁ ବ୍ଲକର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ଦ୍ଵାରା ଖବର ପାଇ ଅବନୀ ସାହୁଙ୍କୁ ଜଣାଇଥିଲେ । ସେ ବରକାନି ଗାଁର ଭାରତ ମେହେରଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଭାରତ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ଏହାପରେ ତାଙ୍କ ସହ ଯାଇଥିବା ଅଜିତ ଭୋଇ ଉଡାର ଗାଁର ଏକ ୩ବର୍ଷୀୟ ବାଳକକୁ ରକ୍ତ ଦରକାର ଥିବା ଜାଣିବା ପରେ ସେ ଯାଇ ରକ୍ତଦାନ କରିଥିଲେ ।

pp
Leave A Reply

Your email address will not be published.

nine + 3 =