ତରଭା ବ୍ଳକ କଂଗ୍ରେସ ଦଳର ନୂତନ ସଭାପତି ଭାବେ ମନୋନୀତ ହେଲେ ଯୁବ ନେତା କାର୍ତ୍ତିକ ନାଗ

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର କଂଗ୍ରେସ ଦଳର ନୂତନ ସଭାପତି ଭାବେ ମନୋନୀତ ହେଲେ ଯୁବ ନେତା କାର୍ତ୍ତିକ ନାଗ । ଆଜି ସକାଳେ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ସୂଚନା ଦେଇଛନ୍ତି । ଶ୍ରୀ ନାଗଙ୍କ ଅକଥନୀୟ ପରିଶ୍ରମ, ସାହସିକତା ଓ ମାନବିକତା ଗୁଣ ଯୋଗୁଁ ଆଜି ସେ ତରଭା ବ୍ଳକର କଂଗ୍ରେସ ଦଳର ସଭାପତି ଭାବେ ମନୋନୀତ ହୋଇଛନ୍ତି ବୋଲି ତରଭା ବାସୀ କହିଛନ୍ତି । ତାଙ୍କର ସଭାପତି ହେବା ଅବସରରେ ଆଜି ତରଭା ବାସୀ ଖୁସିରେ ଉଲ୍ଲସିତ ହୋଇ ନାଚି ଉଠୁଛନ୍ତି । ଶ୍ରୀ ନାଗ କହିଛନ୍ତି ସେ ଆଗକୁ ମଧ୍ୟ ତରଭାର ଉନ୍ନତି ଦିଗରେ ସଦାସର୍ବଦା ତତ୍ ପର ରହିବେ । ଆଉ ଉତ୍କଣ୍ଠା ଓ ଖୁସିର ସହ କାର୍ୟ୍ୟଭାରକୁ ସମ୍ଭାଳି ନେବେ ବୋଲି ସେ କହିଛନ୍ତି । ତା ସହିତ ତରଭା ଅଞ୍ଚଳ ବାସୀଙ୍କୁ କେବେ ନିରାଶ ନ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେ ବଞ୍ଚିଥିବା ପର୍ୟ୍ୟନ୍ତ ତରଭା ଅଞ୍ଚଳର ଉନ୍ନତି ଓ ପ୍ରଗତି ପଥେ ଲଢେଇ କରୁଥିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.