କଂଗ୍ରେସ କର୍ମୀ ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର

  • ବିକାଶ ବାଧକଙ୍କୁ ପୁଣି ହରାଇବା ପାଇଁ ଏକଜୁଟ ହୁଅନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ର
  • ୨୦୧୪ ପର ର ବିକାଶ କୁ ଘରେ ଘରେ ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ର
  • ରାଜତନ୍ତ୍ର ହାରିଲେ ବଲାଙ୍ଗିରର ଦୃତ ବିକାଶ ହୁଏ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଜୋନ ୨୨ ନଂରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଦୃଢ ନେତୃତ୍ୱ, ପ୍ରଗତିଶୀଳ ଚିନ୍ତାଧାରା ଓ ପ୍ରଚଣ୍ଡ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଗୋଟିଏ ଅଂଚଳର ଦୃତ ବିକାଶ କରାଯାଇପାରେ । ଏହା ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମାଣିତ ହୋଇଛି । କଂଗ୍ରେସ କର୍ମକର୍ତ୍ତା ଓ ନେତୃତ୍ୱ ନିହାତି ଜାଣିବା ଦରକାର ଯେ, ନିଃସ୍ୱାର୍ଥପର ନେତୃତ୍ୱ, ଚିନ୍ତାଧାରା ଓ ରାଜନୈତିକ ଇଚ୍ଛାଶକ୍ତିର ସମାହାରରେ ଯେତେ ବେଳେ ଅଂଚଳରେ ରାଜନୀତି କରାଯାଏ ସେତେବେଳେ ଅଂଚଳର ସାମଗ୍ରିକ ବିକାଶ ସହଜ ହୋଇଥାଏ । ୨୦୧୪ ପରବର୍ତ୍ତୀ ସମୟରେ ବଲାଙ୍ଗିରରେ ନେତୃତ୍ୱ ପରିବର୍ତ୍ତନ ଯୋଗୁଁ ଏଭଳି ଏକ ସମୟକୁ ଆମେ ଦେଖି ସାରିଛୁ । ତେଣୁ ୨୦୧୪ ମସିହା ପରେ ବଲାଙ୍ଗିରର ଯେଉଁ ସବୁ କ୍ଷେତ୍ରରେ ବିକାଶ ହୋଇଛି ସେ ସବୁର ଅନୁଭୁତି ଓ ବାର୍ତ୍ତା ଆଜି ଏଠାରେ ଉପସ୍ଥିତ ଥିବା କଂଗ୍ରେସ କର୍ମକର୍ତ୍ତା ଓ ଶୁଭେଚ୍ଛୁ ଗାଁ ଗାଁ, ଘରକୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ବୋଲି ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳ ସବୁବେଳେ ଲୋକଙ୍କ ପାଖରେ ବିକାଶ ପହଞ୍ଚାଏ । ୨୦୧୪ ଓ ୨୦୧୯ ମସିହାରେ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଏକତାବଦ୍ଧ ହୋଇ ବିକାଶରେ ବାଧକ ସୃଷ୍ଟି କରୁଥିବା ବଲାଙ୍ଗିରର ସାମନ୍ତବାଦୀମାନଙ୍କୁ ନିର୍ବାଚନରେ ହରାଇ ଥିଲେ । ଯାହା ଦ୍ୱାରା କି ଏକ ନୂତନ ବଲାଙ୍ଗିର ସୃଷ୍ଟି କରିବାରେ ଆମେ ସଫଳ ହୋଇଥିଲେ । ତେଣୁ ଏବେ ସମୟ ଆସିଛି ଆଉ ଥରେ ଏମାନଙ୍କୁ ବଲାଙ୍ଗିରରୁ ତଡିବାକୁ ପଡିବ । କାରଣ ଏମାନଙ୍କର ବଲାଙ୍ଗିର ମା’ ମାଟି ପ୍ରତି ଦରଦ ନାହିଁ ଏମାନେ ପର୍ଯ୍ୟଟକଙ୍କ ଭଳିଆ କିଛି ମାସ ବଲାଙ୍ଗିରକୁ ଆସି ଲୋକଙ୍କୁ ଭୁଆଁ ବୁଲାଇ ଲୋକଙ୍କ ଭୋଟ ନେବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କୁ ବିକାଶ କ’ଣ ଜଣାନାହିଁ । ଯେହେତୁ ବଲାଙ୍ଗିର ଗୋଟିଏ ପଛୁଆ ଅଂଚଳ ଏଠାରେ ଲୋକଙ୍କ ଦାବି ହାସଲ ପାଇଁ ସରକାରଙ୍କ ଆଗରେ ଦାବି ଜଣାଇବାକୁ ପଡେ, ଆନ୍ଦୋଳନ କରିବାକୁ ପଡେ, ଦରକାର ପଡିଲେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁୁ ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ତାଗିଦ କରିବାକୁ ପଡେ । ଏମାନେ କିନ୍ତୁ ଏ ସବୁ କରିପାରିବେ ନାହିଁ କାରଣ ଏମାନଙ୍କୁ ଏମାନଙ୍କର ଦଳରୁ ବିଦା ହେବା ଭୟ ଅଛି ବୋଲି ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । କଂଗ୍ରେସ କର୍ମୀ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଥିଲେ ଯେତେ ବେଳେ ରଜା ଘରର ଲୋକେ ହାରନ୍ତି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ପାଇଁ ବେଶୀ ଅନୁଦାନ ଦିଅନ୍ତି ତେଣୁ ସମସ୍ତେ ଜାଣିବା ଦରକାର ଯେ, ଏମାନେ ହାରିଲେ ହିଁ ବଲାଙ୍ଗିରକୁ ବେଶୀ ଅନୁଦାନ ଆସି ବଲାଙ୍ଗିରର ସର୍ବାଙ୍ଗୀନ ବିକାଶ ହୋଇଥାଏ । ତେଣୁ କଂଗ୍ରେସ କର୍ମୀ ଏକଜୁଟ ହୋଇ ଏହି ବାର୍ତ୍ତା ସାଧାରଣ ଜନତାଙ୍କୁ ଦିଅନ୍ତୁ ଏମାନେ ହାରିଲେ ବଲାଙ୍ଗିରର ଦୃତ ବିକାଶ ହେବ । ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଲୋୟର ସୁକତେଲ ବୁଡି ଅଂଚଳର ଲୋକେ ତାଙ୍କ ପାଇଁ କେତେ ଲଢେଇ କରାଯାଇଛି ତାହା ଜାଣିଛନ୍ତି । ଆଜି ବି ଅନେକ ଲୋକଙ୍କ କ୍ଷତିପୂରଣ ପାଇବାରେ ଓ ଥଇଥାନ କଲୋନୀରେ ଗୋଡାଏ ଅସୁବିଧା ଅଛି । ଆପଣମାନେ ଦୃଢ ନିଶ୍ଚିତ ଥାଆନ୍ତୁ ଆପଣମାନେ ପାଇବାକୁ ଥିବା କ୍ଷତିପୂରଣ ରାଶି ଓ ଥଇଥାନକୁ ନେଇ ପ୍ରତ୍ୟେକଟି ସମସ୍ୟାକୁ ଠିକ୍ ଭାବରେ ସମାଧାନ କରାଯିବ । ମୁଁ ଯେ ପର୍ଯ୍ୟନ୍ତ ବଂଚିଛି ନିଶ୍ଚିତ ଭାବରେ ସମସ୍ୟା ଛୋଟ ହେଉ କି ବଡ ହେଉ ତାର ସମାଧାନ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀ ମିଶ୍ର କହିଥିଲେ । ବ୍ଲକ କଂଗ୍ରେସ ସଭାପତି ରାମପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦିଲିପ ବେହେରା, ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ରଂଜନ ମିଶ୍ର, ଶ୍ରୀଧର ବାରିକ, ସରପଂଚ ରମ୍ଭା ରଣା, ଲୋକନାଥ କୁମୁରା, ଅଶୋକ ନନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସରପଂଚ ବନିତା ବାରିକ, ସୁବାଷିନୀ ଅମାତ, ଉଗ୍ରସେନ ବରାଡ, ପିଙ୍କୁ ପଟେଲ, ଜନାର୍ଦ୍ଦନ ପଟେଲ, ଶ୍ରୀୟା ସାହୁ, ଭାରତ ଛତ୍ରିଆ, ଲକ୍ଷ୍ମୀ ନନ୍ଦ, ପଂଚାୟତ ସମିତି ସଦସ୍ୟ ସଂଗୀତା ପାଣିଗ୍ରାହୀ, ସରିତା ସେଠ, ସଂଜୀବ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଡା. ରାଧାକାନ୍ତ ଭୋଇ, ଅଜୟ ବାଲି ପ୍ରମୁଖ ମଂଚାସୀନ ଥିବା ସହ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.