ppurohit

ପବିତ୍ର ଗୁରୁ ଦିବସରେ ସ୍କୁଲ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ୧୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ହେବାକୁ ଥିବା ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ଶୁକ୍ରବାର ପବିତ୍ର ଗୁରୁ ଦିବସରେ ଚାରୋଟି କାର୍ଯ୍ୟକ୍ରମ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବର ଲୋଗୋ ଉନ୍ମୋଚନ ଏବଂ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ତଥା ମହୋତ୍ସବ କମିଟିର ସଂପାଦିକା ଶ୍ରୀମତୀ ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ମୂଖ୍ୟ ଅତିଥି, ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ମୁଖ୍ୟବକ୍ତା, ଜଗନ୍ନାଥ ଡିଗ୍ରୀ କଲେଜ, ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ସମ୍ମାନିତ ଅତିଥି, ମୋ ସ୍କୁଲ ସଭାପତି ଚିନ୍ତାମଣି ଚୌଧୁରୀ, ମହୋତ୍ସବ କମିଟିର ଉପସଭାପତି ରୁଦ୍ରମଣୀ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବର ଲୋଗୋ ଉନ୍ମୋଚନ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ୨୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହା ସହିତ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନଙ୍କ ଦ୍ଵାରା ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ମଞ୍ଚ ପରିଚାଳନା କୈଳାସ ଚନ୍ଦ୍ର ଭୋଇ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପଞ୍ଚାନନ ଭୋଇ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରାଜେନ୍ଦ୍ର କୁମାର ଅଗ୍ରୱାଲ, ପୁରୁଷୋତ୍ତମ ବାଗ, ମାଧିଆ ଥନାପତି, ଅମନ ପୁଟେ଼ଲ, ଅଭିନାଶ ଚୌଧୁରୀ ପ୍ରମୁଖ ।

Leave A Reply

Your email address will not be published.