oom

ଟିଟିଲାଗଡ଼ରେ ବିକାଶ ସେନା ପକ୍ଷରୁ କମ୍ବଳ ବଣ୍ଟନ

jsmm

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ଶଗଡ଼ ଘାଟ, ସିକେର, ପିପଲି ବନ୍ଧ ଗ୍ରାମରେ ୫୦ରୁ ଅଧିକ ବୃଦ୍ଧବୃଦ୍ଧା ତଥା ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ତେବେ ଶୀତର ପ୍ରକୋପ ଧୀରେ ଧୀରେ ବଢି ଚାଲିଥିବା ବେଳେ ତାଙ୍କର ଜୀବନ ଯାପନ କଣ୍ଟକର ହୋଇ ପଡୁଛି । ଟିଟିଲାଗଡ଼ ବିକାଶ ସେନା ସଭାପତି ଇଂ.ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପ୍ରତେକ ଅସହାୟ ଲୋକଙ୍କ ଘରକୁ ଘର ବୁଲି କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିତେଶ ମିଶ୍ର, ମଂଜିତ ସିଂ ବରିହା, ସମୀର ମନହୀରା, ଆସିତ ଖାନ, ନବୀନ ସାହୁ, ଦେବରାଜ ରାଉତ, ବିବେକ ଚିନ୍ଧା, କପିଳେଶ୍ୱର ରାଉତ, ରାଜୁ ସାହୁ, ଆଲୋକ ସାହୁ, ମହାଦେବ ଚିନ୍ଦା, ମନୋଜ ସାହୁ, ସରୋଜ ଅଙ୍ଗରିଆ, କେଶବ ସାହୁ, ଉମେଶ ଅଙ୍ଗରିଆ, ମକୁନ୍ଦ ବାରିକ, ଟଙ୍କ ରାଉତ, ଯୁବରାଜ ରାଉତ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.