oom

ସାଇ ମନ୍ଦିର ତରଫରୁ ଶୀତ ବସ୍ତ୍ର ବଣ୍ଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଇ ମନ୍ଦିର ଛିନ୍ଦେଇକେଲା ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସାଇ ପ୍ରେମୀ ଭାଇ ଭଉଣୀମାନେ ଘର ଘର ବୁଲି କମ୍ବଳ ବଣ୍ଟନ କରିଥିଲେ । ଜାମସେଠର ଅମୁଲ୍ୟ ପଟ୍ଟନାୟକ, ପ୍ରଦୀପ୍ତ ସାହୁ, ଛିନ୍ଦେଇକେଲାର ନରେଶ ସାହୁ, ଜିତୁ ସାହୁ, ବରଜୁ ସାହୁ, ପରୀକ୍ଷିତ ସାହୁ, ଗୀତା ସାହୁ, ବୀଣା ସାହୁ, ସାଧବାଣୀ ସାହୁ, ନିରୋଜ ସାହୁ, ପ୍ରମୋଦ ସାହୁ, ବିଭୁତି ସାହୁ, ସାଧୁ ଚରଣ ସାହୁ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଫକୀର ମୋହନ ବାରିକ, ପତିତ ପାବନ ସାହୁ, ଶତ୍ରୁଘନ ସାହୁ, କମ୍ବଳ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ହେମସାଗର ସାହୁ ଏବଂ ଶେଖର ସେଠ ।

jittmm
Leave A Reply

Your email address will not be published.