କାଳବୈଶାଖୀରେ ଉଡିଲା ଛପର, ଭାଙ୍ଗିଲା ଗଛ

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ଘରର ଛପର ଉଡିଯିବା ସହ ଗଛ ଭାଙ୍ଗି ଯାଇଛି । ଦେବଗଡ ଜିଲ୍ଲାର ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ପବନ ଓ ବର୍ଷା ହୋଇଥିଲା । ପବନ ଏତେ ଜୋରରେ ହୋଇଥିଲା ଯେ ବହୁ ଘର ସହ ଗଛ ଭାଙ୍ଗି ଯାଇଥିଲା । ପବନରେ ସୁଗୁଡା ଗ୍ରାମର ଅପୂର୍ବ ହାଇସ୍କୁଲର ଛାତ ଉଡିଯାଇଛି । ସେହିପରି ନୂଆଡିହି ହାଇସ୍କୁଲର ଛାତ ଉଡିଯାଇ ବ୍ୟାପକ ଭାବରେ କ୍ଷୟକ୍ଷତି ହୋଇଛି । ଝଡତୋଫାନ ଯୋଗୁ ଛପର ଉଡିଯିବା ପରେ ବର୍ଷା ହୋଇ ହାଇସ୍କୁଲ ପରିସରରେ ଥିବା କମ୍ପ୍ୟୁଟର୍ ଓ ବିଭିନ୍ନ କାଗଜପତ୍ର ଭିଜି ଯାଇ ନଷ୍ଟ ହୋଇଯାଇଛି । ସେହିପରି କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଯୋଗୁଁ ବିଭିନ୍ନ ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇଛି ।

Leave A Reply

Your email address will not be published.