୭୫ତମ ବନ ମହୋତ୍ସବ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶନିବାର ସକାଳ ୮ଟା ସମୟରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଦ୍ୱାରା ୭୫ତମ ବନ ମହୋତ୍ସବ ସମେଇଗାଡ଼ିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସହ ଭାଗିତାରେ ପାଳିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ବୁଝାଇ ଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଗଛ ଲଗାଇବାକୁ ନିବେଦନ କରିଥିଲେ । ବୃକ୍ଷ ଆମକୁ ଛାଇ, ଫଳ, ଇନ୍ଧନ, ବାୟୁ, ମୃତ୍ତିକା ସୃଷ୍ଟି ଓ ସରଂକ୍ଷଣ, ବର୍ଷା କରାଏ ଆଦି ସବୁ କାର୍ଯ୍ୟ କରିଥାଏ । ତେଣୁ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ସିଦ୍ଧାର୍ଥ ଶଙ୍କର ଦାସ ଗଛ ଲଗାଇବାର ସହଜ କୌଶଳ ବିଷୟରେ ଶିକ୍ଷା ଦେଇ କହିଲେ ମା’ ପାଇଁ ଗଛଟିଏ, ଜଗା ପାଇଁ ଗଛଟିଏ, ଗଛ ବଞ୍ଚିଲେ ଆମେ ବଂଚିବା, ଗୋଟିଏ ଗଛ କୋଟିଏ ଜୀବନ ଆଦି ହୃଦୟ ଛୁଆଁ ସ୍ଲୋଗାନ ଦେଇ ଶିଶୁ ମନ୍ଦିରର ୨୦୦ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ପରିବେଶବିତ୍ ସମାଜସେବୀଙ୍କ ଗହଣରେ ପଦଯାତ୍ରା କରାଯାଇ ସ୍ଥାନୀୟ ଅଧିବାସୀ ମାନଙ୍କୁ ସଚେତନ କରାଯାଇଥିଲା । ଶିଶୁ ମନ୍ଦିରର ଦୁଇଜଣ ଛାତ୍ର ବୃକ୍ଷ ସମ୍ପର୍କରେ ସେମାନଙ୍କର ଅଭିମତ ରଖିଥିଲେ । ଉତ୍କଳମଣି, ଜାତିରପିତା, ରାଜ୍ୟର ମୁଖମନ୍ତ୍ରୀ, ରାଜ୍ୟପାଳ, ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣଙ୍କ ନାମରେ ବୃକ୍ଷରୋପଣ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ, ସମାଜସେବୀ ଚକ୍ରଧର ତ୍ରିପାଠୀ, ସଭାପତି ମୁରଲୀଧର ଦଳ ବେହେରା, ସମ୍ପାଦକ ମହେଶ୍ୱର ବେହେରା, ପ୍ରଧାନ ଆଚାର୍ଯ୍ୟା ଶ୍ରଦ୍ଧାଞ୍ଜଳି ଶତପଥୀ, ସହ ସମ୍ପାଦକ ବାଉରୀବନ୍ଧୁ ବେହେରା, ସୁଧାଶ୍ରୀ ପଣ୍ଡା, ସ୍ଥାନୀୟ ବିଜେପି ସଭାପତି ବିଜୟ ଭାଇ, ଜଙ୍ଗଲ ବିଭାଗରୁ ଦିଲ୍ଲୀପ ମିଶ୍ର, ଶିଶୁ ମନ୍ଦିରର ବିଶ୍ୱଜିତ ଗୁରୁଜୀ, ବୁଟୁନ ଗୁରୁଜୀ, ଶ୍ରଦ୍ଧାଞ୍ଜଳି ଗୁରୁମା, ଜୟନ୍ତୀ ଗୁରୁମା, ସରସ୍ୱତୀ ଗୁରୁମା, ମନୋରମା ଗୁରୁମା, ଋତୁପର୍ଣ୍ଣା ଗୁରୁମା, ରଞ୍ଜନା ଗୁରୁମା, ସୁଶ୍ରୀ ଗୁରୁମା, ରଶ୍ମିତା ଗୁରୁମା, ସସ୍ମିତା ଗୁରୁମା, ବିଜୟଲଷ୍ମୀ ଗୁରୁମା ସୁଜାତା ଗୁରୁମା ପ୍ରମୁଖ ସମସ୍ତ ଗୁରୁଜୀ, ଗୁରୁମାମାନେ ବୃକ୍ଷ ପୂଜନ ଓ ବୃକ୍ଷରୋପଣ କାର୍ଯ୍ୟରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହିପରି ଏକ ନିଆରା ପରମ୍ପରା ପ୍ରଥମ ଥର ପାଇଁ ସୃଷ୍ଟି କରାଯାଇ ଶଙ୍ଖ ହୁଳହୁଳି ଘଣ୍ଟ ବାଦନରେ ବୃକ୍ଷଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଖୁବ ସୁନ୍ଦର ଓ ଆକର୍ଷଣୀୟ ଥିଲା ।

Leave A Reply

Your email address will not be published.