ଅନ୍‌ଲାଇନ୍‌ ଗେମଲରଙ୍କ କବ୍‌ଜାରେ କଣ୍ଟାବାଞ୍ଜି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅନ୍‌ଲାଇନ୍‌ ଗେମଲରଙ୍କ କବ୍‌ଜାରେ କଣ୍ଟାବାଞ୍ଜି । ଅନଲାଇନ ବ୍ୟାଟିଂ ଗେମ୍‌ରେ ୮୦ ପ୍ରତିଶତ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ଠକାମୀ କରୁଥିବା ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଲାୟନ୍ସ ପବ୍ଲିକ ସ୍କୁଲ ନିକଟରେ ଏକ ଭଡା ଘରେ ଚାଲିଥିବା ଅନଲାଇନ ବ୍ୟାଟିଂ ଗେମ୍‌ରେ ଚଢ଼ାଉ କରି ୫ଜଣ ଯୁବକଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଯୁବକ ମାନଙ୍କ ମଧ୍ୟରେ ୩ ଜଣ ବିହାର ରାଜ୍ୟର ଏବଂ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ୨୦ ଗୋଟି ମୋବାଇଲ, ୩ ଲାପଟପ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି । ପୁଲିସ ଟିମ ଭଡା ଘରେ ଚଢ଼ାଉ କରି ୫ ଜଣ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଥିବେ ତାଙ୍କୁ ତଦନ୍ତ ପରିସରକୁ ଅଣାଯିବା ସହ ଗିରଫ କରାଯିବ ବୋଲି ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.