centurian jitm

କବିତା ଆସର ମାଧ୍ୟମରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ବ୍ରହ୍ମପୁରଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମହାମାନ୍ୟ ବାଜପେୟୀଙ୍କ ଜୟନ୍ତୀ ସମାରୋହକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବ୍ୟାପୀ ‘ସୁଶାସନ ଦିବସ’ ରୂପେ ପାଳନ କରାଯାଇଛି । ଅଦ୍ଵିତୀୟ ରାଷ୍ଟ୍ରନାୟକ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶତ ବାର୍ଷିକୀ ଜନ୍ମ ଉତ୍ସବ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବାଜପେୟୀଙ୍କ ଶତ ବାର୍ଷିକୀ ଜୟନ୍ତୀ ଅବସରରେ ବ୍ରହ୍ମପୁର ଶିଳ୍ପ ତାଲିମ୍ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ଏକ ମନୋଜ୍ଞ କବିତା ଆସର ଆୟୋଜିତ ହୋଇ ଏହାରି ମାଧ୍ୟମରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଶିଳ୍ପ ତାଲିମ୍ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ଆୟୋଜିତ ଏକ ସାନ୍ଧ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କ ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନିଜ ବ୍ୟକ୍ତବ୍ୟରେ ଶ୍ରୀ ଜେନା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରି ବାଜପେୟୀଙ୍କ ବିଚକ୍ଷଣ ବିବିଧ ପ୍ରତିଭାର ଅଧିକାରୀ ବୋଲି ଗଣନା କରିଥିଲେ । ବାଜପେୟୀ କିଭଳି ଦେଶର ଶାସନ ବ୍ୟବସ୍ଥାକୁ ସୁଶାସନ ବ୍ୟବସ୍ଥାରେ ପରିଣତ କରି ଦେଶ ଓ ବିଦେଶ ସହ ସୁସମ୍ପର୍କ ସ୍ଥାପନ କରିବା, ଆମଦେଶକୁ ସୁଦୃଢ଼ କରିବା ନିମନ୍ତେ ଯେଉଁ ପ୍ରୟାସ ଜାରି ରଖିଥିଲେ, ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ଅବଗତ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଛତ୍ରପୁର ବିଧାୟକ କୃଷଚନ୍ଦ୍ର ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଆଦର୍ଶ ନୀତି ସମ୍ପର୍କରେ ଦୃଷ୍ଟାନ୍ତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗିର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଥାଉକି, ପୂର୍ବାହ୍ଣରେ ବ୍ରହ୍ମପୁର ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଓ ବିଦ୍ୟାଳୟ ସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପ-ସଚିବ ଡ. କୁଳମଣି ଓଝାଙ୍କ ପୌରୋହିତ୍ୟରେ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ଆସରରେ ବିଶିଷ୍ଟ ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟଅତିଥି, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗୀ ପ୍ରଫେସର୍ ଡ. ବନମାଳୀ ପାଣିଗ୍ରାହୀ, ସୁଖ୍ୟାତ ବାଗ୍ମୀ ଡ଼ଃ. ହୃଷୀକେଶ ପଣ୍ଡା ଓ ଛତ୍ରପୁରର ଲୋକପ୍ରିୟ ଅଧିବକ୍ତା ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତ୍ୟାଗ ତପସ୍ୟାପୂତ ମହନୀୟ ଜୀବନ ଓ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ସୁଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଦେଶାତ୍ମବୋଧକ କବିତା ଆସରରେ ଟି. ରାମାନୁଜ ଦାସ, ଡ଼ଃ. କୁଳମଣି ଓଝା, ପଦ୍ମିନୀ ସାହୁ, ବଂଶୀଧର ସେଠୀ, କପିଳ ଚନ୍ଦ୍ର ମହାନ୍ତି, ଡ. ଅଶୋକ କୁମାର ପଣ୍ଡା, ଅରୁଣ ମୋହନ ପାତ୍ର, ରୁଦ୍ର ନାରାୟଣ ନାୟକ, ଡ଼ଃ. ସଞ୍ଜୟ କୁମାର ପଣ୍ଡା, ନଳିନୀକାନ୍ତ ଗୌଡ଼, ଆଦିତ୍ୟ ନାରାୟଣ ମିଶ୍ର, ବ୍ରଜମୋହନ ଆଚାର୍ଯ୍ୟ, ସୁଦର୍ଶନ ବିଷୋୟୀ, ଏମ୍. ସ୍ୱାତୀ, ବିଦୁଷୀ ଲୋପା ସାମଲ, ଶ୍ରୀମତୀ ସ୍ୱର୍ଣ୍ଣମୟୀ ପାଢ଼ୀ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦେବୀ, ଡା. ଲକ୍ଷ୍ମୀଆମ୍ମା ନନ୍ଦାଡ଼ା, ଲିଙ୍ଗରାଜ ଜେନା, ଲିଜା ମହାଙ୍କୁଡ଼, ପ୍ରମୋଦ କୁମାର ପଣ୍ଡା, ସରୋଜିନୀ ମିଶ୍ର, ମଧୁସ୍ମିତା ସାହୁ, ଡ. ସୁଜିତ କୁମାର ପଣ୍ଡା, ମମତା କୁମାରୀ ସୁଆର, ବିଦ୍ୟୁତ୍ ପ୍ରଭା ସାହୁ, ନନ୍ଦିନୀ ପରିଡ଼ା, ଚିନ୍ମୟ ପ୍ରସାଦ ପରିଡ଼ା, ରୋହିତ କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ପୂର୍ବାହ୍ଣରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଡ. ଲମ୍ବୋଦର ପାଣିଗ୍ରାହୀ, ଡ. କୁଳମଣି ଓଝା ଓ ଡ. ସୁମିତା ମିଶ୍ର ବିଚାରକ ରୂପେ ଯୋଗ ଦେଇଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଡ. ହୃଷୀକେଶ ପଣ୍ଡା, ଡ. ସୁଜିତ କୁମାର ପଣ୍ଡା ଓ ପଦ୍ମିନୀ ମିଶ୍ର ବିଚାରକ ରୂପେ ଯୋଗ ଦେଇଥିଲେ । ବାଜପେୟୀଙ୍କ ଜୀବନ ଆଧାରିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଡ଼ଃ. ବନମାଳୀ ପାଣିଗ୍ରାହୀ, ଡ଼ଃ.ସଞ୍ଜୟ କୁମାର ପଣ୍ଡା, ଡ଼ଃ.ଅଶୋକ କୁମାର ପଣ୍ଡା ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.