ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ କଲା ପରେ ସେ ସ୍ଥାନଟି ଚାରିମାସ ଧରି ଖାଲିପଡ଼ିଥିଲା ଫଳରେ ଦୈନନ୍ଦିନ କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜି ଡେପୁଟେସନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲମ୍ବରଜୁନାର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଶାନ୍ତ ନାଏକ ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ,ସହ ବ୍ଲକ ଶିକ୍ଷାଅଧିକାରୀ ରାମସିଂ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ ।

Leave A Reply

Your email address will not be published.