oom

ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟର ରାଜଯୋଗୀ ଭ୍ରାତା ଡ଼ା. ନରେଶ ଅଗ୍ରୱାଲଙ୍କ ଯୋଗଦାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନକୁ ଆନ୍ତଃରାଷ୍ଟ୍ରୀୟ ମାଉଣ୍ଟ ଆବୁ ରାଜସ୍ଥାନରୁ ବରିଷ୍ଠ ରାଜଯୋଗୀ ଭ୍ରାତା ଡାକ୍ତର ନରେଶ ଅଗ୍ରୱାଲଙ୍କ ଯୋଗଦାନ ହୋଇଥିଲା । ଏକ ଭବ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ରାଜଯୋଗୀ ଭ୍ରାତାଙ୍କୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଛତ୍ରପୁର ସହରର ବାସିନ୍ଦା ତଥା ବ୍ରହ୍ମାକୁମାରୀ ସଂସ୍ଥାନର ଭାଇ ଓ ଭଉଣୀମାନଙ୍କର ଏକ ଆଧ୍ୟାତ୍ମିକ ସମାବେଶରେ ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ବରିଷ୍ଠ ରାଜଯୋଗୀ ଭ୍ରାତା ଡାକ୍ତର ନରେଶ ଅଗ୍ରୱାଲ ନେଚରପଥିକ ଉପରେ ସୁଧିଜନଙ୍କୁ ଅନେକ ଦିଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦନ କରି କହିଥିଲେ ଯେ, ଆମର ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟ ପ୍ରଣାଳୀରେ ଯେଉଁ ଛୋଟ ମୋଟ ଭୁଲ କରିଥାଉ ତାହା ଆମକୁ ଶେଷରେ ବଡ଼ ବଡ଼ ଭୁଲ ହୋଇ ଏକ ବଡ ସମସ୍ୟାରେ ପରିଣତ ହୋଇଯାଏ । ଯାହାର ଫଳ ସ୍ୱରୂପ ଆମକୁ ଗ୍ୟାସ୍ଟିକ, ଏସିଡିଟି, ମଧୁମେହ, ରକ୍ତଚାପ, କିଡ଼ନୀ, ହୃଦରୋଗ ଏହିପରି ବିଭିନ୍ନ ପ୍ରକାର ରୋଗ କେବଳ ଆମର ଖାଦ୍ୟ ପ୍ରଣାଳୀର ଅସବାଧନତା ଯୋଗୁ ହୋଇଥାଏ । ଏହି ବଡ ବଡ ରୋଗରୁ ଆମେ ସମସ୍ତେ କିପରି ମୁକ୍ତ ହୋଇ ଏକ ସୁସ୍ଥ ଜୀବନ ନେଇ ବଞ୍ଚିପାରିବା ତାହା ଉପରେ ସୁନ୍ଦର ସୁନ୍ଦର ଶାରୀରିକ ଟିପ୍ସ ଗୁଡାକ ଦେଇଥିଲେ ଏବଂ ସହଜ ରାଜଯୋଗ ଦ୍ଵାରା ମଧ୍ୟ କିପରି ସୁସ୍ଥ ଜୀବନ ଗଠନ କରିପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସେବାକେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଆଶୀର୍ବଚନ ଦେଇଥିବା ବେଳେ ସମସ୍ତ ବ୍ରହ୍ମାକୁମାର ଭାଇ ଭଉଣୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁରର ଶତାଧିକ ଭାଇ ଭଉଣୀମାନେ ଉପସ୍ଥିତ ରହି ଏହାର ଲାଭ ଉଠାଇଥିଲେ ।

jittmm
Leave A Reply

Your email address will not be published.