ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ପ୍ରସଙ୍ଗ : ଅସ୍ଥାୟୀ ରୋଡ଼ ଭାଙ୍ଗି ଅମ୍ବାପାଲି ବରଗଡ଼ ସହରରୁ ବିଛିନ୍ନ

  • ସିଟି ବସ୍ ଚଳେଇବା ପାଇଁ ଆପ୍ ର ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ହେବା ବରଗଡ଼ରେ ଏକ ପ୍ରହସନ ପାଲଟିଛି । ପ୍ରୋଜେକ୍ଟକୁ ତିନି ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ଅଧା କାମ ହୋଇନାହିଁ ଅନ୍ୟପଟେ ଅଟକଳ ଖର୍ଚ୍ଚରୁ ଦୁଇ ଗୁଣ ଅଧିକ ହେବାକୁ ଗଲାଣି ବ୍ୟୟ ଓ ଅଢେଇ ବର୍ଷର କାମକୁ ପାଞ୍ଚ ବର୍ଷ ଲାଗିବ ବୋଲି ଏବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ପ୍ରତ୍ୟେକ ବର୍ଷା ମାସରେ ଅସ୍ଥାୟୀ ରୋଡ଼ ଭାଙ୍ଗି ଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଜୀରା ନଦୀରେ ନୂଆ ପୋଲର ପ୍ରତିଶୃତି ଦେଇଥିଲା ୩/୦୫/୨୦୧୮ରେ ଆରମ୍ଭ ହୋଇଥିବା ବ୍ରିଜ ୨/୧୧/୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା ଯାହାକି ୧୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଡିଜାଇନ ଓ ଭୁଲ ଅଟକଳ ଯୋଗୁଁ କାମ ବନ୍ଦ ହୋଇପଡ଼ିଛି । ଯାହାର ଫଳ ବରଗଡ଼ବାସୀ ଭୋଗୁଛନ୍ତି । ଏହାର ବ୍ୟୟ ଅଟକଳ ୨୩ କୋଟିକୁ ପହଂଚି ଥିବା ବେଳେ ସମୟ ଆହୁରି ଦୁଇ ବର୍ଷ ଅର୍ଥାତ ୨୦୨୪ ନିର୍ବାଚନ ପୂର୍ବରୁ ହେବ କି ନାହିଁ ତାହା ସନ୍ଦେହ ଘେରରେ । ତେଣୁ ଆମ୍ ଆଦମୀ ପାର୍ଟି ଦାବୀ କରୁଛି ଏହି ବ୍ୟୟ ଅଟକଳରୁ କିପରି ଏହା ଦୁଇ ଗୁଣ ହେଲା ତାହାର ଏକ ନିରପେକ୍ଷ ତଦନ୍ତ କରାଯାଉ ଏବଂ ଅସ୍ଥାୟୀ ରାସ୍ତା ନିର୍ମାଣ ନହେବା ଯାଏ ଆମ୍ବପାଲିରୁ ଘରୋଇ ବସଷ୍ଟାଣ୍ଡ ଯାଏ ୪ ଥର ସିଟି ବସ ସେବା ଆରମ୍ଭ କରାଯାଉ ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ବ୍ରିଜ ନିର୍ମାଣ ଶେଷ କରିବାକୁ ଜିଲ୍ଳା ଆବାହକ ଭବାନୀ ସାହୁ ଓ ଅମିତାଭ ପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.