centurian jitm

ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋୟଲ ଧର୍ମଶାଳାଠାରେ ଜିଲ୍ଲାସ୍ତରୀୟ ନିଖିଳ ଓଡିଶା ଆଶା କର୍ମୀ ସଂଘର ଜିଲ୍ଲା ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଏଆଇଟିୟୁସିର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ଜିଲ୍ଲା ସଂପାଦିକା ଓମି ଗୁପ୍ତା, ଉପଦେଷ୍ଟା କମିଟିର ଦିଲିପ କୁମାର ଭୋଇ, ଦୁର୍ଯ୍ୟୋଧନ ବିଶ୍ୱାଲ, ସାଏବୁ ନନ୍ଦ, ବିଜୟ କୁମାର ସେଠ, ଆନନ୍ଦିନୀ ବିଶ୍ୱାଲ, କନ୍ଦର୍ପ ଦୀପ, ମମତା କଛପ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ସଭାପତି ତୀର୍ଥ ପଧାନ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନୀତି ବିରୁଦ୍ଧରେ ୧୨ ଦଫା ଦାବୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏ ନେଇ ଅତିଥିମାନେ ଆଶା କର୍ମୀମାନଙ୍କ ମାସିକ ପାଉଣା ଉପରେ ଓ ଗତ ଏପ୍ରିଲ ମାସ ୨୦୨୧ରୁ ବକେୟା ଥିବା ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ରଖିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ଅଖିଳ ଭାରତୀୟ ଟ୍ରେଡ୍‌ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଆହ୍ୱାନ କ୍ରମେ ଆସନ୍ତା ତା.୨୮ ଓ ୨୯ ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକ ଏବଂ ଏନ୍‌ଏସି, ଲୋଇସିଂହା ବ୍ଲକ, ବଲାଙ୍ଗିର ସହରାଞ୍ଚଳ, ଟିଟିଲାଗଡ ବ୍ଲକ, ମୁରିବାହାଲ ବ୍ଲକ, ନୂତନ ଭାବରେ ଜିଲ୍ଲା ସଂଘରେ ଯୋଗଦାନ କରିଥିବାରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଏଆଇଟିୟୁସିର ଜିଲ୍ଲା ସଭାପତି ତଥା ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଆଶା କର୍ମୀମାନଙ୍କୁ ସମ୍ମାନିତ କରିଥିଲେ । ସଂଘର ଜିଲ୍ଲା ସଂଯୋଜିକା ସାସ୍ୱତା ଦାଶ, କୋଷାଧ୍ୟକ୍ଷା ପ୍ରଭାସିନି ରାୟ, ବଲାଙ୍ଗିର ବ୍ଲକ ସଭାପତି ମମତା ବାଗ, ସଂପାଦିକା ବାସନ୍ତି ସେଠ, ମମତା କଚ୍ଛପ, ଆନନ୍ଦିନୀ ବିଶ୍ୱାଲ, ଲଳିତା ବାଗ, ଉର୍ବସି ସାହୁ, ମଥୁରା କାଲସାଏ, ତପସ୍ୱିନୀ ସେଠ, ଶଙ୍ଖା ଚନ୍ଦନ, ମୀନା ମେହେର, ସୌଦାମିନୀ ବଗର୍ତ୍ତି, ଯଶୋବନ୍ତି ବେହେରା, ସରସ୍ୱତୀ ଶର୍ମା, ପୁଷ୍ପାଞ୍ଜଳି ବେହେରା, ବୃନ୍ଦାବତି ସରାଫ, ପ୍ରେମଲତା ନାଗ, ଭାଗ୍ୟବତୀ ଜୁଆଡି, ମଥାମଣି ସେଠ, ମାଧବୀ ବେହେରା, କଲ୍ୟାଣୀ ସାହୁ, ପ୍ରେମଲତା ରଣା, ଅନୁପମା ସାଏ, ବାସମତି ବାଗ, ତପସ୍ୱିନୀ ନାଗ, ପୁଷ୍ପଲତା ଧିର, ପୁଷ୍ପ କୁମ୍ଭାର, ସଂଗିତା ହରିପାଲ, ଭୂମିସୁତା ପୋଡ, ସ୍ୱର୍ଣ୍ଣଲତା ଜାଲ, ମଞ୍ଜୁଲା ସାହୁ, ଝରଣା ଅମାତ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିର ସମସ୍ତ ଆଶାକର୍ମୀମାନେ ଯୋଗଦେଇଥିଲେ । ପରିଶେଷରେ ଦିଲିପ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.