ଝାରମୁଣ୍ଡାରେ ଧନ୍ଦାମୁଳକ ଶିକ୍ଷା ମୋଟରଯାନ କାରିଗର ବିଭାଗର ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡାସ୍ଥିତ ସରକାରୀ ଅଞ୍ଚଳ ନୋଡାଲ ହାଇସ୍କୁଲର ଧନ୍ଦାମୂଳକ ଶିକ୍ଷା ମୋଟରଯାନ କାରିଗର ବିଭାଗ ନବମ ଓ ଦଶମ ଶ୍ରେଣୀର ୭୦ଜଣ ଛାତ୍ର ସ୍ଥାନୀୟ ମାହାରପାଲିସ୍ଥିତ ଅଭିପ୍ସା ମୋଟର୍ସର ପରିଦର୍ଶନ କରିବା ସହିତ ନିଜର ଅଧ୍ୟୟନ ବିଷୟ ଜାଣିବାକୁ ସୁଯୋଗ ପାଇଥିଲେ । ବିଭାଗୀୟ ଶିକ୍ଷକ ଅବିନାଶ କୁମାର ସିଂ ଛାତ୍ରମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମୋଟରଯାନ କାରିଗରର ବୈଷୟିକ ଦିଗ ଉପରେ ବୁଝାଇଥିଲେ । ଏଥି ସହିତ ଅଭିପ୍ସା ମୋଟର୍ସର କର୍ମଚାରୀମାନେ ମୋଟରଯାନ କାରିଗରୀ କୌଶଳର ବିଭିନ୍ନ ଯନ୍ତ୍ରାଂଶ, ସେଗୁଡ଼ିକର ନାମକରଣ ଉପଯୋଗିତା ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରଙ୍କୁ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେଶ୍ୱର କୁମ୍ଭାର ଓ ସହକାରୀ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ନାଥ ଆବଶ୍ୟକ ସହଯୋଗ କରିବା ସହିତ ପ୍ରୋତ୍ସାହିତ କରିଥିଲେ । ଛାତ୍ରମାନେ ଏହି ପରିଦର୍ଶନକୁ ଭରପୁର ଉପଭୋଗ କରିବା ସହିତ ଶିକ୍ଷାର ଗୁଣାତ୍ମକମାନ ଓ ଦକ୍ଷତା ବିକାଶ ପାଇଁ କିପରି ସହାୟକ ହୁଏ, ତାହା ଉପଲବ୍ଧି କରିଥିଲେ ।

Leave A Reply

Your email address will not be published.