jayashree

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୫ତମ ଜନ୍ମ ଜୟନ୍ତୀ ପାଳିତ

  • ଜିଲ୍ଲାରେ ସାମୁହିକ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରି ଜନପ୍ରିୟ ଅତି ସାଧାରଣଙ୍କ ସୁଃଖଦୁଃଖର ସାଥୀ ଥିଲେ କୃଷ୍ଣଚନ୍ଦ୍ର ପଣ୍ଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସାମୁହିକ ବିକାଶର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜନପ୍ରିୟ କୃଷ୍ଣଚନ୍ଦ୍ର ପଣ୍ଡା । ସେ ସମୟରେ ଜନ ସମାଜର ପ୍ରକୃତ ଆବଶ୍ୟକତା ପୂରଣ ପାଇଁ ଯେଉଁ ଦାୟିତ୍ୱବୋଧ ଆବଶ୍ୟକ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ । ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ନିଜ ଅକ୍ଳାନ୍ତ ଉଦ୍ୟମ ଦ୍ୱାରା ବହୁ ଅନୁଷ୍ଠାନ ତିଆରିବା ସହ ଅଂଚଳର ଶିକ୍ଷାର ବିକାଶ ପାଇଁ ମୂଳଦୁଆ ଦେଇଥିଲେ । ଅତି ସାଧାରଣ ଲୋକଙ୍କର ସୁଖଦୁଃଖର ସାହାଭରସା କର୍ମମୟ ଜୀବନ, ଆମକୁ ପ୍ରେରିତ କରୁ ଓ ଏହି ଜୟନ୍ତୀ ଆମକୁ ସେହି ସାମର୍ଥ୍ୟ ଦେଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ସଂଘର ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରାୟଣ ବେହେରା ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ଜୟନ୍ତୀ ସଭାକୁ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ କରାଯାଇଥିଲା । ସାମାଜିକ ଦୁରତ୍ୱକୁ ବଜାୟ ରଖି କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ବଲରାମ ମିଶ୍ର ସ୍ମୃତି ଚାରଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ନବୀନ ପଶାୟତ, ସନ୍ଦିପ କୁମାର କୁଅଁର, ଚନ୍ଦ୍ରଚୁଡ ପଣ୍ଡା, ସୁବାଷ ଚନ୍ଦ୍ର ପଣ୍ଡା, ଚେତନାନନ୍ଦ ପଣ୍ଡା ଓ ଡାକ୍ତର ପଞ୍ଚଜନ୍ୟ ପଣ୍ଡା, ଦେବାଶିଷ ମିଶ୍ର, ବିଶ୍ୱଜିତ ଦାଶ, ଗୁପ୍ତେଶ୍ୱର ପୁଷ୍ଟି, ସଚି ବଗର୍ତ୍ତୀ , ବିଭୁକଲ୍ୟାଣ ଗଡତ୍ୟା, ପ୍ରଶାନ୍ତ ମହାକୁର, ରତନ ମହାରଣା, ପ୍ରମୋଦ କୁମାର ବାରିକ ଓ ଜ୍ୟୋତିରାଜ ନାଗ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ବଳରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.