
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ତୃତୀୟ ଲହର ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର କେତକ ମାର୍ଗଦର୍ଶୀକା ଓ କୋଭିଡ କଟକଣା ଜାରୀ କରିଛନ୍ତି । ମାକ୍ସ ପିନ୍ଧିବା, ଭିଡରୁ ଦୂରେଇ ରହିବା, ସାମାଜିକ ଦୂରତ୍ଵ ରକ୍ଷା ଓ ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯାଇଛି । କରୋନାର ତୃତୀୟ ଲହର ଓମିକ୍ରନ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ପାଇଁ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ଉପନିରୀକ୍ଷକ ଲକ୍ଷ୍ମୀ ମହାରଣା ଓ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ପ୍ରମୁଖ ଡେଲାଙ୍ଗ ଷ୍ଟେସନ ବଜାର, ହାଟ ବଜାରରେ ଦୋକାନୀ ଓ ଗ୍ରାହକମାନଙ୍କୁ ସଚେତନ କରାଇବା ସହ କିଛି ଅମାନିଆ ଦୋକାନୀ ମାକ୍ସ ନ ପିନ୍ଧି ବିକ୍ରି କରୁଥିବାରୁ ସେମାନଙ୍କଠାରୁ ଜୋରିମାନ ଆଦାୟ କରିଥିବା ଜଣାପଡ଼ିଛି ।