oom

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ୮୧ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

jsmm

ବାମରା, (ସତ୍ୟନାରାୟଣ ପ୍ରଧାନ) : ବିଶିଷ୍ଟ ସମ୍ବଲପୁରୀ ଗୀତିକାର ତଥା ବହୁ ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ଦିନକୁ ତାଙ୍କ ଗ୍ରାମ ରଙ୍ଗବତୀ ବିଳୁଙ୍ଗରେ ପାଳନ କରାଯାଇଛି । ଶିକ୍ଷା, କ୍ରୀଡା ଓ ସଂସ୍କୃତି ଅନୁଷ୍ଠାନ ତଥା ତାଙ୍କ ଶୁଭେଚ୍ଛୁଙ୍କ ଦ୍ଵାରା ମହା ସମାରୋହରେ ପାଳିତ ହୋଇଯାଇଛି ଏହି ଜନ୍‌ନ୍ମ ଦିବସ । ଏଥିରେ ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ମହୁଲପାଲି ଥାନାର ସବ-ଇନିସ୍‌ପେକ୍ଟର ତଥା ସମ୍ବଲପୁରୀ କବି ସୁଶାନ୍ତ ଦାସ, କୁଚିଣ୍ଡା କଳାପରିଷଦର ମଳୟ ବେହେରା, ସୁରଥ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଖତୁନାଥ ପିଙ୍ଗ, ପରିବେଶବିତ ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପଦ୍ମଶ୍ରୀ ମିତ୍ରଭାନୁ ପଶ୍ଚିମ ଓଡ଼ିଶାର ରତ୍ନ ଅଟନ୍ତି ବୋଲି କହିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଗୌନ୍ତିଆଙ୍କ ଆଗ୍ରହ କ୍ରମେ କୁଚିଣ୍ଡାରୁ ଏକ ସମ୍ବଲପୁରୀ ପତ୍ରିକା ଓ ସମ୍ବଲପୁରୀ କବି ସମ୍ମିଳନୀ କରାଯିବ ବୋଲି ସାହିତ୍ୟିକ ସୁବାସ ନାୟକ ଘୋଷଣା କରିଥିଲେ । ପ୍ରଥମେ ଶ୍ରୀ ଗୌନ୍ତିଆ ଜନ୍ମ ଦିନ ଉପଲକ୍ଷେ ଅତିଥି ଓ ପରିବାର ସଦସ୍ୟଙ୍କ ଗହଣରେ ବୃକ୍ଷ ରୋପଣ କରିବା ପରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ୮୧ଟି ଦୀପ ପ୍ରଜ୍ୱଳନ ସହ କେକ କାଟିଥିଲେ । ତା’ପରେ ରାତ୍ର କାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ଗୌନ୍ତିଆ ଉଦ୍‌ଘାଟନ କରିବା ସହ ୫୦ ଜଣ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏଥିରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଶିକ୍ଷକଗଣ ଓ ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ଗୌନ୍ତିଆଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଶ୍ରୀ ଗୌନ୍ତିଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.