om academy

ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଜଳିଗଲା ଧାନଖରି

jsm

ଖରିଆର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଧାନଖରି ଜଳି ଯାଇଥିବା ଭଳି ଏକ ଖବର ଆସିଛି । ନୂଆପଡ଼ା ଜିଲ୍ଲା ଖରିଆର ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଖରି ଜଳିଯାଇଥିବା ଖବର ମିଳିଛି । ଖରିଆର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁତକ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଖବରରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଗାଁର ଚାଷୀ ଜଗଦୀଶ ଗହୀର ଆଜି ସକାଳେ ତାଙ୍କ ଧାନ ଖଳାରେ ଧାନ ମଡ଼େଇବା କାମ କରୁଥିଲେ । ଏହି ସମୟରେ ତାଙ୍କ ଧାନ ଖଳା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ୍‌ ଛିଣ୍ଡି ଧାନଖରି ଓ ପାଳଗଦାରେ ପଡ଼ିଥିଲା । ଜଗଦୀଶଙ୍କ ପରିବାର ସଦସ୍ୟ ଓ ଶ୍ରମିକମାନେ ଅଳ୍ପରକ ରକ୍ଷା ପାଇ ଯାଇଥିଲେ ସତ, ହେଲେ ଧାନଖରି ଓ ପାଳଗଦା ଜଳି ଯାଇଥିଲା । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଶ୍ରୀ ଗହୀର ଦାବୀ କରିଛନ୍ତି ।

Leave A Reply

Your email address will not be published.